Below header

ଇମ୍ଫା ସହ ରହିଛି ବୈଜୟନ୍ତଙ୍କ ବ୍ୟାବସାୟିକ ସଂପର୍କ : ବିଜେଡି

ଭୁବନେଶ୍ବର (କେନ୍ୟୁଜ୍) : ଇମ୍ଫା ସହ ତାଙ୍କର କୌଣସି ବ୍ୟବସାୟିକ ସଂପର୍କ ନଥିବା କଥା କହୁଥିବା ବୈଜୟନ୍ତ ପଣ୍ଡାଙ୍କ ଗୁମରର ପର୍ଦ୍ଦାଫାସ କରିଛି ବିଜେଡି। ସଂସଦର ଫାଇନାନସିଆଲ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହେବା ପଛରେ ନିଜ କଂପାନୀ ପାଇଁ ଅର୍ଥ ଯୋଗାଡ଼ କରିବାକୁ ସେ ଆଗ୍ରହୀ ଥିଲେ ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି। ୨୦୧୪ ଜୁନ ୦୪ ତାରିଖରେ ଇମ୍ଫାର ବୋର୍ଡ ଅଫ ଡାଇରେକ୍ଟର ମିଟିଂରେ ଆଇସିଆଇସିଆଇ ବ୍ୟାଙ୍କରୁ ୪୩୦ କୋଟି ଟଙ୍କାର ଋଣ ଆଣିବାର ଦାୟିତ୍ୱ ମଧ୍ୟ ବୈଜୟନ୍ତଙ୍କୁ ନ୍ୟସ୍ତ କରାଯାଇଥିଲା। ଫାଇନାନସିଆଲ କମିଟି ଅଧ୍ୟକ୍ଷ ହେବା ପରେ ଏହା ହାସଲ କରିବା ସହଜ ହୋଇଥାନ୍ତା ବୋଲି କହିଛି ବିଜେଡି। ଏନେଇ ଆବଶ୍ୟକ ପ୍ରମାଣ ମଧ୍ୟ ଦେଖାଇଛି ବିଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.