Below header

ପ୍ରିୟଙ୍କାଙ୍କୁ ମିଳିଲା ନାହିଁ ରାହୁଲଙ୍କ ସବୁଜ ସଂକେତ, ବାରାଣସୀରୁ ମୋଦିଙ୍କ ବିପକ୍ଷରେ କିଏ ହେଲେ କଂଗ୍ରେସ ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରିୟଙ୍କାଙ୍କୁ ମିଳିଲା ନାହିଁ ବାରାଣସୀ ଟିକେଟ୍‌ । ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରାର୍ଥୀ କରି ନାହିଁ । ଏଠାରେ ଅଜୟ ରାୟ କଂଗ୍ରେସର ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ଯିଏକି ୨୦୧୪ରେ ମଧ୍ୟ ଏଠାରେ କଂଗ୍ରେସ ପ୍ରାର୍ଥୀ ଥିଲେ । ତେବେ ସେଥର ମୋଦିଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ମଧ୍ୟ ଲଢ଼େଇ କରିଥିଲେ । କେଜ୍ରିଓ୍ଵାଲ ଦ୍ୱିତୀୟ ଏବଂ ଅଜୟ ରାୟ ତୃତୀୟ ସ୍ଥାନରେ ରହିଥିଲେ । ମୋଦି ୩.୩୭ ଲକ୍ଷ ଭୋଟ୍‌ରେ ଜିତିଥିଲେ । ଏଥର ଏଠାରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ମେ ୧୯ ତାରିଖ ଦିନ ଭୋଟ୍‌ ଗ୍ରହଣ ହେବ ।
ତେବେ ଏଥର ପ୍ରିୟଙ୍କା ବାରାଣସୀରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ସେ ନିଜେ ମଧ୍ୟ ଆଗ୍ରହୀ ଥିଲେ । କହିଥିଲେ, ସଭାପତି ରାହୁଲ ଗାନ୍ଧି ଚାହିଁଲେ ମୁଁ ବାରାଣସୀରୁ ନିର୍ବାଚନ ଲଢ଼ିବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.