ଆଜି ବିଶ୍ବ ମ୍ୟାଲେରିଆ ଦିବସ: ଜାଣନ୍ତୁ ଏହି ରୋଗରୁ କିପରି ପାଇବେ ରକ୍ଷା

ଆଜି ବିଶ୍ବ ମ୍ୟାଲେରିଆ ଦିବସ। ଏଭଳି ଘାତକ ରୋଗ ପ୍ରତି ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ଦିନ ପାଳନ କରାଯାଇଥାଏ। ପ୍ରାୟତଃ ଏସିଆ, ଆଫ୍ରିକା, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ଲୋକମାନେ ଏହି ରୋଗର ଶିକାର ହୋଇଥାନ୍ତି। ବିଶ୍ବ ସ୍ବାସ୍ଥ ସଂସ୍ଥା ଏହି ବିଶ୍ବ ମ୍ୟାଲେରିଆ ଦିବସର ଆୟୋଜନ କରିଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ରୋଗ କିପରି ଭଲ ହେବ, ଏହାର ଚିକିତ୍ସା ଏବଂ ଏହାକୁ ମୂଳରୁ ବିନାଶ କରିବା। ଚଳିତ ବର୍ଷ ଜିରୋ ମ୍ୟାଲେରିଆ ଷ୍ଟାର୍ଟସ ୱିଥ୍ ମି ଥିମ୍ ରଖାଯାଇଛି। ତେବେ ଜାଣନ୍ତୁ ମ୍ୟାଲେରିଆ ରୋଗ କଣ, କିପରି ଏଥିରୁ ରକ୍ଷା ପାଇବେ ଏବଂ କଣ ରହିଛି ଏହାର ଲକ୍ଷଣ।

Mosquito-ଏନୋଫିଲିଜ ମଶା କାମୁଡିବା ଦ୍ବାରା ମ୍ୟାଲେରିଆ ରୋଗ ହୋଇଥାଏ। ଡବ୍ଲୁଏଚଓ ଅନୁଯାୟୀ ୨୦୧୭ ରେ ଆଫ୍ରିକାର ୯୨ ପ୍ରତିଶତ ଲୋକ ମ୍ୟାଲେରିଆ ରୋଗରେ ମୃତ୍ୟୁବରଣ କରିଥିଲେ।

-ବିଶ୍ବ ମ୍ୟାଲେରିଆ ରିପୋର୍ଟ ଅନୁଯାୟୀ ୨୦୧୬ ତୁଳନାରେ ୨୦୧୮ରେ ତିନି ମିଲିୟନ କମ ହୋଇଥିଲା। ବର୍ତ୍ତମାନ ଭାରତରେ ୪ ପ୍ରତିଶତ ମ୍ୟାଲେରିଆ ରୋଗୀ ରହିଛନ୍ତି। ୨୦୧୦ ପରେ ଏହି ରୋଗୀ ମାନଙ୍କର ସଂଖ୍ୟା କମିବାରେ ଲାଗିଛି। ମ୍ୟାଲେରିଆ ମଶାମାନେ ସଂନ୍ଧ୍ୟା ସମୟରେ ଏବଂ ବର୍ଷା ଋତୁରେ ସକ୍ରିୟ ହୋଇଥାନ୍ତି।

ମ୍ୟାଲେରିଆ ରୋଗର ଲକ୍ଷଣ

mosquitosସଂକ୍ରମଣରୁ ମ୍ୟାଲେରିଆ ରୋଗ ହୋଇଥାଏ। କିନ୍ତୁ ମ୍ୟାଲେରିଆ ରୋଗ ମଶା କାମୁଡିବାର ୧୦ ଦିନ ରୁ ୧୫ ଦିନ ପରେ ଦେଖାଯାଇଥାଏ। ଏହି ରୋଗ ହେଲେ ଜ୍ବର ହୋଇଥାଏ ଏବଂ କମ୍ପ ହେବା ସହ ଥଣ୍ଡା ଲାଗିଥାଏ। ଏହା ବ୍ୟତୀତ ଖୁବ୍ ଝାଳ ମଧ୍ୟ ବାହାରିଥାଏ, ମୁଣ୍ଡ ବିନ୍ଧା ହୋଇଥାଏ ଏବଂ ବାରମ୍ବାର ବାନ୍ତି ଲାଗିଥାଏ।

ମ୍ୟାଲେରିଆ ରୋଗରୁ କିପରି ରକ୍ଷା ପାଇବେ

-ଏହି ରୋଗରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ସମୟରେ ଲମ୍ବା କପଡ଼ା ପିନ୍ଧି ଶୁଅନ୍ତୁ

-ଏହା ବ୍ୟତୀତ ମଶାଠାରୁ ରକ୍ଷା ପାଇବା ପାଇଁ ମଶା ଧୂପ, ସ୍ପ୍ରେ ଏବଂ ମଶୁରୀ ବ୍ୟବହାର କରନ୍ତୁ

-କୌଣସି ଖାଲି ସ୍ଥାନ କିମ୍ବା  ଘରର ଆଖପାଖରେ ଜମୁଥିବା ଆବର୍ଜନା ସଫା କରନ୍ତୁ ଏବଂ ପାଣି ଜମିବାକୁ ଦିଅନ୍ତୁ ନାହିଁ

-ନିୟମିତ ବ୍ଯବଧାନରେ ଘର ଭିତର ସଫା କରନ୍ତୁ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.