Below header

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା, କିଛି ସମୟ ପରେ ଆସିବ ରାୟ

ନୂଆଦିଲ୍ଲୀ(କେନ୍ୟୁଜ୍): କିଛି ସମୟ ପରେ ଆସିବ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଆସିଥିବା ଯୌନ ଉତ୍ପୀଡ଼ନ ମାମଲାର ରାୟ। ସୁପ୍ରିମକୋର୍ଟର ଓକିଲ ଉତ୍ସବ ବେଂସ ଅତିରିକ୍ତ ସତ୍ୟପାଠ ଓ ସିଲ ବନ୍ଦ ପ୍ରମାଣ ଦାଖଲ କରିବା ପରେ ମାମଲାର ଶୁଣାଣି ଆରମ୍ଭ ହୋଇଛି। ସତ୍ୟପାଠରେ ଅଭିଯୋଗ ଏକ ଷଡ଼ଯନ୍ତ୍ର ବୋଲି ଜଣାଇବା ପରେ ମାମଲା ନାଟକୀୟ ମୋଡ଼ ନେଇଛି।ଉତ୍ସବ ଆଜି ଦାଖଲ କରିିଥିବା ସତ୍ୟପାଠରେ କୌଣସି ବିଚାରପତି କିମ୍ବା ସେମାନଙ୍କର ସଂପର୍କୀୟଙ୍କ ହାତ ଏଥିରେ ନଥିବା ସ୍ପଷ୍ଟ କରିଛନ୍ତି। ଶୁଣାଣି ପାଇଁ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଛନ୍ତି। ଦାଖଲ ହୋଇଥିବା ଦସ୍ତାବିଜର ଯାଞ୍ଚ କରିବାର ଅଧିକାର କୋର୍ଟଙ୍କ ନିକଟରେ ରହିଛି ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ବିଶେଷାଧିକାର ଦସ୍ତାବିଜ ନେଇ ଆଟର୍ଣ୍ଣି ଜେନେରାଲ ଯୁକ୍ତି ଉପସ୍ଥାପନ କରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଅଭିଯୋଗ ପଛରେ ସାଂଘାତିକ ଷଡ଼ଯନ୍ତ୍ର ରହିଛି ଓ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ଶୁଣାଣି ପୂର୍ବରୁ କହିଛନ୍ତି ଖଣ୍ଡପୀଠ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.