Avengers Endgameର ଜବରଦସ୍ତ କ୍ରେଜ୍, ୨୪ଘଣ୍ଟା ଖୋଲା ରହିବ ଭାରତରେ ସିନେମାଘର

ମୁମ୍ବାଇ : ହଲିଉଡ଼ରେ ରୁସୋ ବ୍ରଦର୍ସର ମାର୍ବଲ କମିକ୍ସ ଚରିତ୍ରଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏଭେଞ୍ଜର ଶେଷ ସିରିଜ ‘ଏଭେଞ୍ଜର ଏଡଗେମ’ ଆସନ୍ତା କାଲି ଭାରତରେ ରିଲିଜ ହେବ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ ଲୋକପ୍ରିୟତା ଦେଖିବାକୁ ମିଳିଛି । ଫିଲ୍ମ ପାଇଁ ଲୋକଙ୍କ ମଧ୍ୟରେ ବଢ଼ୁଥିବା ଉତ୍ସାହକୁ ଦେଖି ଦେଶସାରା ସମସ୍ତ ସିନେମା ହଲକୁ ୨୪ଘଣ୍ଟା ପର୍ଯ୍ୟନ୍ତ ଖୋଲାଯିବାର ଅନୁମତି ଦିଆଯାଇଛି। ଏନେଇ ଏବେ ରାତି ୨:୩୦ ଏବଂ ସକାଳ ୩ଟା ଶୋ ପାଇଁ ଆଡଭାନ୍ସ ବୁକିଂ ମଧ୍ୟ କରାଯାଉଛି।

avengers-eendgameee

ଏଭେଞ୍ଜର ଏଣ୍ଡଗେମକୁ ଏବେ ଦର୍ଶକ ରାତି ୧୨ଟା ପରେ ମଧ୍ୟ ସିନେମା ହଲ ମାନଙ୍କରେ ଦେଖିପାରିବେ। ୨୪ ସିନେମାହଲ ଖୋଲା ଯିବା ଘୋଷଣା ପରେ ଏହାର ଟାଇମ ସ୍କୁଡ୍ୟୁଲରେ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏଭେଞ୍ଜର ଏଣ୍ଡଗେମ୍ ଆସନ୍ତା କାଲି ଭାରତର ୨ହଜାରଟି ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି। ଏହାକୁ ଭାରତରେ ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ରିଲିଜ୍ କରାଯିବ। କାଲି ରିଲିଜ୍ ଅପେକ୍ଷାରେ ଥିବା ଏଭେଞ୍ଜର ଏଣ୍ଡ ଗେମର ସମସ୍ତ ଆଉଭାନ୍ସ ଟିକେଟ ବର୍ତ୍ତମାନ ପର‌୍ୟ୍ୟନ୍ତ ବିକ୍ରି କରାଯାଇ ସାରିଲାଣି।

avengers-endgame

ସୂଚନା : ଆପଣଙ୍କୁ ଜଣାଇବାକୁ ଚାହିଁବୁ ସିନେମା ହଲ ମାନଙ୍କ ମଧ୍ୟରେ କେବଳ ବଡ଼ ସହର ମାନଙ୍କରେ ଥିବା ମଲ୍ଟିପ୍ଲେକ୍ସ ଗୁଡିକ ହିଁ   ଖୋଲା ରହିବ। ଅର୍ଥାତ୍ A ସିଟି ମାନଙ୍କରେ ହିଁ ଅଧିକ ରାତି ପର୍ଯ୍ୟନ୍ତ ଫିଲ୍ମ ଦେଖିବାକୁ ମିଳିବା ।ଖାସ କରି ଯେଉଁଠାରେ ଆଇମାକ୍ସ ଏବଂ ୪ଡିର ସୁବିଧା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.