ଦୁଃଖ ଦେଉଛି ଉଜ୍ଜ୍ବଳା ଯୋଜନା: କାଲିଠାରୁ ଆନ୍ଦୋଳନକୁ ଓହ୍ଳାଇବ ବିଜେଡି

କେନ୍ୟୁଜ୍(ବ୍ୟୁରୋ): ସାଧାରଣ ଜନତାକୁ ବାଧୁଛି ଉଜ୍ଜ୍ବଳା ଯୋଜନାର ଗ୍ୟାସ ଦର। ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇବ ବିଜେଡି। ଆସନ୍ତା କାଲି ଠାରୁ ବିଜୁ ଜନତା ମହିଳା, ଯୁବ, ଛାତ୍ର ଦଳ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ।

ଦରବୃଦ୍ଧି ଯୋଗୁଁ ରିଫିଲିଂ ନ କରିପାରି ପୂନର୍ବାର କାଠ ଜେଳେଣିକୁ ଭରଷା କରି ରୋଷଇ କରୁଛନ୍ତି ମହିଳା । ଏହା ସାଧାରଣ ଲୋକଙ୍କୁ ଖୁବ ବାଧୁଛି ।  କେନ୍ଦ୍ର ସରକାର ଯେଉଁ ମିଛ ଭାଷଣବାଜୀ କରି ଲୋକଙ୍କୁ  ଭୁଆଁ ବୁଲାଉଛନ୍ତି ତାହାର ପ୍ରତିବାଦ କରିବ ବିଜେଡି। ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଆସନ୍ତା ୨୨ରେ କଟକ, ୨୩ରେ ସମ୍ବଲପୁର ଓ ୨୪ ବ୍ରହ୍ମପୁର ଆରଡିସି ଜୋନରେ ଥିବ ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଏନେଇ ବିଜେଡି ପକ୍ଷରୁ ପ୍ରେସମିଟ୍ କରାଯାଇଛି ।

ସାଢ଼େ ୩ ବର୍ଷ ମଧ୍ୟରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ଗ୍ୟାସ୍ ଦର ନ କମାଇଲେ ବିରାଟ ଜନ ଆନ୍ଦୋଳନ ହେବ । ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଉଜ୍ଜ୍ୱଳା ଗ୍ୟାସ୍ ରିଫିଲିଂ ହାର କମ ଥିବା କହିଛନ୍ତି । ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ଅନୁସାରେ, ୯୮ ନୁହେଁ ମାତ୍ର ୨୦ ପ୍ରତିଶତ ସିଲିଣ୍ଡର ବ୍ୟବହାର ବଢ଼ିଛି । ଉଜ୍ଜ୍ୱଳା ଯୋଜନା କରି କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଠକିଛନ୍ତି । ଏବେ ସିଲିଣ୍ଡର ଦାମ ୯ ଶହ ଟଙ୍କା ଉପରେ ରହିଛି । କେନ୍ଦ୍ର ସରକାର ଦର ହ୍ରାସ ନ କରିବା ଯାଏ ଏହା ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.