ହେଲିପ୍ୟାଡ ଏବଂ ସୁଇମିଂ ପୁଲ୍‌ ଥିବା କାର୍‌, ଜାଣନ୍ତୁ ଆଉ କ’ଣ ଥିଲା ସୁବିଧା ଏବଂ ଘଣ୍ଟାକୁ କେତେ ପଡୁଥିଲା ଭଡ଼ା

୧୯୮୬ରେ ଏକ କାର୍ ଯାହା ଦିନେ ବିଶ୍ୱର ସବୁଠୁ ଲମ୍ବା କାର ରୂପେ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା । ଏହି କାରର ଲମ୍ବ ୧୦୦ ଫୁଟ ଥିବା ବେଳେ ଏଥିରେ ୨୬ଟି ଚକ ଲାଗିଥିଲା। ଏହା ଆଗ ଏବଂ ପଛ ଦୁଇ ପଟରୁ ଚାଲିପାରୁଥିଲା। ଏହା କାର୍‌ କମ୍‌ ଟ୍ରେନ ଭଳି ଅଧିକ ଦେଖାଯାଉଥିଲା। ଏହି ବିଳାସମୟ କାର୍‌ ନାଁ ଆମେରିକାନ ଡ୍ରିମ ରଖାଯାଇଥିଲା।

ଏହି କାର କେବଳ ଲମ୍ବା ନୁହେଁ ବରଂ ଏଥିରେ ଥିବା ସୁବିଧା ପାଇଁ ବେଶ୍‌ ଲୋକପ୍ରିୟ ରହିଥିଲା। ଏହି କାରକୁ ସମ୍ପୂର୍ଣ୍ଣ ବିଳାସମୟ ଭାବେ ଡିଜାଇନ୍ କରି ସଜା ଯାଇଥିଲା। ଏଥିରେ ଟିଭି, ଫ୍ରିଜ, ଟେଲିଫୋନ, ବାଥଟବ୍ ଏହା ସହ ପର୍ସନାଲହେଲିପ୍ୟାଡ଼ , ମିନି ଗଲ୍ଫ କୋର୍ସ, ସୁଇମିଂ ପୁଲ ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ଥିଲା। କାରଟି ଲମ୍ବା ହୋଇଥିବାରୁ ଏଥିରେ ସର୍ବାଧିକ ୭୦ ଜଣ ଲୋକଙ୍କର ବସିବାର ବ୍ୟବସ୍ଥା ଥିଲା।

୧୯୮୦ ମସିହାରେ ତିଆରି ହୋଇଥିବା ଆମେରିକାନ୍ ଡ୍ରିମ କାରକୁ କୌଣସି କମ୍ପାନୀ ନୁହେଁ ବରଂ ହଲିଉଡ ଫିଲ୍ମ ପାଇଁ ଗାଡ଼ି ଡିଜାଇନ୍‌ କରୁଥିବା ଜେ ଓହରବର୍ଗ ତିଆରି କରିଥିଲେ। ଓହରବର୍ଗ ଜଣେ ଦକ୍ଷ କାର୍ ଡିଜାଇନର ଥିବାରୁ ତାଙ୍କର କାର୍ ପ୍ରତି ବେଶ୍ ରୁଚିଥିଲା। ସେ ନିଜ ପାଇଁ ମଧ୍ୟ ବହୁତ ପ୍ରକାର ଡିଜାଇନ କରିଛନ୍ତି। ତେବେ ଓହରବର୍ଗ ଏହି କାର୍ ତିଆରି କରିବା ପୂର୍ବରୁ ୧୯୭୬ ମସିହାରେ କାର୍ଡିଲାକ୍‌ ଏଲ୍ଡରୋଡୋ ଲିମୋଜିନ ତିଆରି କରିଥିଲା। କାର ସମ୍ପୂର୍ଣ୍ଣ ତିଆରି ହୋଇ ରାସ୍ତାକୁ ଓହ୍ଲାଇବାକୁ ୧୨ ବର୍ଷ ଲାଗିଯାଇଥିଲା।

car
PC: Hot Cars

ଏହି କାରକୁ ଫିଲ୍ମରେ ଶୁଟିଂ ବେଳେ ବ୍ୟବହାର ପାଇଁ ତିଆରି କରାଯାଇଥିଲା। ଏଥିରେ ଶକ୍ତିଶାଳୀ V8 ଇଞ୍ଜିନ୍ ଲାଗାଯାଇଥିଲା। କାର ବନେଟରେ ହେଲିପ୍ୟାଡ଼ ତିଆରି କରାଯାଇଥିଲା। ବହୁ ବଡ଼ ବଡ଼ ଲୋକ ଏହାକୁ ମଧ୍ୟ ଭଡ଼ା ସୂତ୍ରରେ ନେଇ ବ୍ୟବହାର କରୁଥିଲେ। ସେତେବେଳେ ଏହାର ଭଡ଼ା ଘଣ୍ଟାକୁ ୧୪ହଜାର ଟଙ୍କା ସ୍ଥିର କରା ଯାଇଥିଲା। ଏହି କାର ଅଧିକ ଲମ୍ବା ଥିବା ସତ୍ତ୍ୱେ ମଧ୍ୟ ମଝିରୁ ଉଭୟ ପାର୍ଶ୍ୱକୁ ବୁଲି ପାରୁଥିଲା।

ପରେ ପରେ କାର୍‌ ରକ୍ଷଣବେକ୍ଷଣରେ ଅଧିକ ଖର୍ଚ୍ଚ ହେଲା ପାର୍କିଂ ପାଇଁ ମଧ୍ୟ ଅଧିକ ସ୍ଥାନ ଆବଶ୍ୟକ ହେଲା। ତେଣୁ କାର୍‌ରେ ଚାହିଦା କମିବା ପରେ ଏହାକୁ ଆଉ ବ୍ୟବହାର କରାଗଲା ନାହିଁ। ଅନେକ ଦିନ ହେଲା ଅବ୍ୟବହୃତ ହୋଇ ପଡ଼ିବା ପରେ ମ୍ୟୁଜିୟମରେ ରଖାଯାଇଥିଲା। ଏବେ ଏହାକୁ ଜଣେ ବ୍ୟକ୍ତି ନେଇ ସଜାଡୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

You might also like