ବଢ଼ିଲା ସମୀର ଓ୍ଵାଙ୍ଖଡେଙ୍କ ଅଡୁଆ,IRSରେ ସାମିଲ ହେବା ସମୟରେ ଜାତି ଓ ଧର୍ମ ଜଣାଇ ନଥିଲେ

କେନ୍ୟୁଜ୍(ବ୍ୟୁରୋ): ସମୀର ଓ୍ଵାଙ୍ଖଡେଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ । ଚାକିରିରି ବହିଷ୍କାର ଦାବି ହୋଇଛି । ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ପରେ ଏନସିବି ମୁମ୍ବାଇର ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡ଼େଙ୍କ ପଛରୁ ବିବାଦ ଶେଷ ହେଉନି । ଏବେ ତାଙ୍କୁ ଚାକିରିରୁ ବହିଷ୍କାର ଦାବି ହୋଇଛି ।

ଭାରତୀୟ ରାଜସ୍ୱ ସେବା IRSରେ ସାମିଲ ହେବା ସମୟରେ ଜାତି ଓ ଧର୍ମ ଖୁଲାସା କରିନାହାନ୍ତି । ଓ୍ଵାଙ୍ଖଡେ ମୁସଲିମ ହେବାର କଥା ଲୁଚାଇ ସିଭିଲ ସର୍ଭିସରେ ଚାକିରି ହାତେଇଥିଲେ । ଆବେଦନରେ ଦାବି କରାଯାଇଛି ଯେ, ସେ ଅନୁସୂଚିତ ଜାତିର ଛାତ୍ର କୋଟାରେ କଲେଜରେ ଆଡମିସନ କରିଥିଲେ । ତାଙ୍କୁ ଭାରତୀୟ ରାଜସ୍ୱ ସେବାରୁ ବହିଷ୍କାର କରାଯାଉ ବୋଲି ପିଟିସନ ଦାଖଲ ହୋଇଛି । ଅଶୋକ ମହାଦେବ କାମ୍ବଲେ ପିଟିସନ ଦାୟର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.