Below header

ଭୁବନେଶ୍ୱର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମାମାଡ଼, ହାତ ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ

କେନ୍ୟୁଜ୍ : ତୃତୀୟ ପର୍ଯ୍ୟାୟ ନିର୍ବାଚନର ଦିନକ ପୂର୍ବରୁ ରାଜଧାନୀରେ ରାଜନୈତିକ ହିଂସା। ଭୁବନେଶ୍ୱର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମାମାଡ଼। ଝାରପଡ଼ା ଅଞ୍ଚଳରେ ବୋମାମାଡ଼ର ଶିକାର ହୋଇଛନ୍ତି ଅନନ୍ତ। ତାଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି। ଏହାସହ ତାଙ୍କ ଗାଡ଼ି କାଚକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଅନନ୍ତଙ୍କ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି।

bomb attackଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କିଏ ବୋମାମାଡ଼ କଲା ତାହା ସ୍ପଷ୍ଟ ହୋଇନାହିଁ। ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାର ଖୋଳତାଡ କରୁଛି । ସେପଟେ ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ବୋମାମାଡ଼ ନେଇ ବିଜେପି ଅଭିଯୋଗ ଆଣିଥିବାରୁ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେପିର ଏହା ପ୍ରାୟୋଜିତ ବୋମାମାଡ଼। ଏଥିରେ ସତ୍ୟତା ନାହିଁ। ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତାଙ୍କ ଲାଇ ଡିଟେକ୍ଟର ଓ ନାର୍‌କୋ ଆନାଲିସିସ ଟେଷ୍ଟ ପାଇଁ ଦାବି କରିଛି ଦଳ। ଏନେଇ ବିଜେଡିର ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.