Below header

ମାରାଥନ୍‌ କ୍ୟାମ୍ପେନରେ ବିଜେଡି ସୁପ୍ରିମୋ, ଆଜି ଜଗତସିଂହପୁର ଓ ଯାଜପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ

କେନ୍ୟୁଜ୍ : ମାରାଥନ୍‌ କ୍ୟାମ୍ପେନରେ ବିଜେଡି ସୁପ୍ରିମୋ। ଆଜି ଜଗତସିଂହପୁର ଓ ଯାଜପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ ପଟ୍ଟନାୟକ। ଜଗତସିଂହପୁର ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାରାଥନ୍‌ ପ୍ରଚାର କରିବେ ବିଜେଡି ସଭାପତି। ପ୍ରଥମେ ସକାଳ ୧୦ଟା ୨୫ ମିନିଟରେ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ। ନିଆଳି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜନସଭାକୁ ସମ୍ବୋଧନ କରିବେ ନବୀନ। ନିଆଳି ବିଧାୟକ ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ ଓ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ପାଇଁ ଭୋଟ୍‌ ମାଗିବେ। ସେଠାରୁ ଯିବେ ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀ। ଏରସମା ବ୍ଲକର ଗୋଡ଼ାରେ ନିର୍ବାଚନ ସଭାରେ ଯୋଗ ଦେବେ ବିଜେଡି ସୁପ୍ରିମୋ।

bjdପରେ ପାରାଦୀପ, ତିର୍ତ୍ତୋଲ ଓ ଜଗତସିଂହପୁର ନିର୍ବାଚନୀ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବେ ନବୀନ ପଟ୍ଟନାୟକ। ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟକ୍ରମ ସାରି ଆସିବେ ଯାଜପୁର। ବରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ଜନସଭା ରହିଛି। ତାପରେ ବିଶାଳ ରୋଡ୍‌ ସୋରେ ପ୍ରଚାର କରିବେ ବିଜେଡି ମୁଖିଆ। ସନ୍ଥନରୁ ପ୍ରଚାର ବସରେ ବିଭିନ୍ନ ସ୍ଥାନ ବୁଲିବେ ନବୀନ। ବରି, କୁଆଖିଆ, ଜାରକା, ଚଣ୍ଡୀଖୋଲ ଓ ଛତିଆରେ ହାଇଟେକ୍‌ ପ୍ରଚାର କରିବେ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ମାଗିବେ। ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ଜଗତସିଂହପୁର ଓ ଯାଜପୁର ଜିଲ୍ଲା ବିଜେଡି ନେତା, କର୍ମୀ ଓ ସମର୍ଥକ ଉତ୍ସାହିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.