ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ମାମଲା : ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ତିନି ଭାରତୀୟ

ଶ୍ରୀଲଙ୍କା : ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ମାମଲାରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି। ପାଞ୍ଚ ଶହରୁ ଅଧିକ ଆହତ ହୋଇଛନ୍ତି। ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁ ସଂଖ୍ୟା। କଲମ୍ବୋ ସିରିଏଲ୍‌ ବିସ୍ଫୋରଣରେ ତିନିଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ମୃତ ୩ ଭାରତୀୟ ହେଲେ ଲକ୍ଷ୍ମୀ, ନାରାୟଣ ଚନ୍ଦ୍ରଶେଖର ଓ ରମେଶ। ଶ୍ରୀଲଙ୍କାକୁ ସମସ୍ତ ପ୍ରକାର ମାନବୀୟ ସହାୟତା ଯୋଗାଇ ଦେବାକୁ ମଧ୍ୟ ସୁଷମା ଘୋଷଣା କରିଛନ୍ତି। blast

ଗତକାଲି ୮ଟି ବିସ୍ଫୋରଣରେ ଥରି ଉଠିଥିଲା ଶ୍ରୀଲଙ୍କା। ୨୯୦ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୭ ବିଦେଶୀ ନାଗରିକ ରହିଛନ୍ତି। ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା ବୋଲି କହିଛନ୍ତି ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରୀ ଆର ବିଜୟବର୍ଦ୍ଧନ। ବିସ୍ଫୋରଣରେ ସଂପୃକ୍ତି ନେଇ ୨୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। କଲମ୍ବୋର ଏକ ଘରେ ଆକ୍ରମଣକାରୀ ଲୁଚି ରହିଥିବା ସନ୍ଦେହରେ ତଲାସୀ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.