ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ଭାଙ୍ଗି ଯାଇଛି ଘରଦ୍ବାର

କେନ୍ୟୁଜ୍ : ରାଜ୍ୟରେ କାଳବୈଶାଖୀର ତାଣ୍ଡବ। ଗତକାଲି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି। ଫଳରେ ଅଧିକାଂଶ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ଘର ଭାଙ୍ଗି ଯାଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହୋଇଥିଲା। ପ୍ରବଳ ପବନ ଯୋଗୁଁ ଘରର ଚାଳ ଉଡିଯିବା ସହ ଗଛ ଭାଙ୍ଗି ପଡିଥିଲା। ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ଯୋଗୁଁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଯାଇଥିଲା। ବିଶେଷକରି ବୁଡାଗୁଡ଼ା ପଞ୍ଚାୟତର ଡିଙ୍ଗଲି ବୁଡାଗୁଡା, ସୁକାଲଦା ଅଞ୍ଚଳରେ ଅଧିକ କ୍ଷତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.