Below header

କେନ୍ଦୁଝର ଭଣ୍ଡାରିପଡ଼ା ଛକ ନିକଟରେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳୀରେ ବି ପ୍ରାକ୍‌ ନିର୍ବାଚନ ହିଂସା। ରାମଚନ୍ଦ୍ରପୁର ଥାନା ଭଣ୍ଡାରିପଡ଼ା ଛକ ନିକଟରେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ। ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପିସିସି ସଭାପତିଙ୍କ ସମର୍ଥକ ଆହତ ହୋଇଥିବା ବେଳେ ସେମାନଙ୍କୁ ଘସିପୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଗାଡ଼ି ଭଙ୍ଗାରୁଜା ମଧ୍ୟ କରାଯାଇଛି। ସେପଟେ ଆକ୍ରମଣ ନେଇ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ପିସିସି ସଭାପତିଙ୍କ ନେତୃତ୍ୱରେ ବାହାରୁ ଆସିଥିବା କିଛି ଗୁଣ୍ଡା ଫାଙ୍କା ଗୁଳି ଚାଳନା କରି ଆତଙ୍କ ସୃଷ୍ଟି କରିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ଏହାକୁ ବିରୋଧ କରି ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ମାମଲାରେ ବିଜେଡି ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଘସିପୁରାର ରାମଚନ୍ଦ୍ରପୁରରେ କଂଗ୍ରେସର ରମେଶ ଜେନା ଓ ତାଙ୍କ ଗୁଣ୍ଡାମାନେ ଧମକ ଦେବା, ଆକ୍ରମଣ କରିବା ଓ ହିଂସା ଭିଆଇଥିବାରୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.