Below header

ଆଠମଲ୍ଲିକରେ ବିଜେଡିର ପାୱାର ଶୋ, କର୍ମୀ ସମ୍ମିଳନୀରେ ପ୍ରଣବ ପ୍ରକାଶ ଦେଲେ ଗୁରୁମନ୍ତ୍ର

ଅନୁଗୋଳ ଆଠମଲ୍ଲିକରେ ବିଜେଡିର ପାୱାର ଶୋ। ସାମିଲ ହୋଇଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ନେତା ଓ କର୍ମୀଙ୍କୁ ଦେଲେ ଦଳୀୟ ଗୁରୁମନ୍ତ୍ର । ଆଗମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଦେଲେ ଆହ୍ୱାନ।

ଅନୁଗୋଳ (କେନ୍ୟୁଜ୍‌): ଅନୁଗୋଳ ଆଠମଲ୍ଲିକରେ ବିଜେଡିର ପାୱାର ଶୋ। ସାମିଲ ହୋଇଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ନେତା ଓ କର୍ମୀଙ୍କୁ ଦେଲେ ଦଳୀୟ ଗୁରୁମନ୍ତ୍ର । ଆଗମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଦେଲେ ଆହ୍ୱାନ। ଗତକାଲି ଆଠମଲ୍ଲିକର ବଇଣ୍ଡା ଛକଠାରେ ଏକ ଶୋଭାଯାତ୍ରା ବାହାରିଥିଲା । ଏଥିରେ ବହୁ ବିଜେଡି କର୍ମୀ ଓ ନେତାଙ୍କ ସହ ପ୍ରଣବ ପ୍ରକାଶ ଏବଂ ବିଜେଡି ନେତା ନଳିନୀ ପ୍ରଧାନ ଓ ତାଙ୍କ ସମର୍ଥକ ପଦଯାତ୍ରା କରିଥିଲେ । ଶୋଭାଯାତ୍ରା ମାନଯୋର ଜଳସେଚନ ପ୍ରକଳ୍ପ ପାଖ ଗେଷ୍ଟ ହାଉସ ପଡିଆ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ବିଜେଡି ନେତା ଓ କର୍ମୀଙ୍କୁ ଆଗାମୀ ନିର୍ବାଚନରେ କିଭଳି କାର୍ଯ୍ୟ କରିବା କହିବା ସହ ବିରୋଧୀ ଙ୍କୁ ହିସାବ ମାଗିବା ପାଇଁ କହିଥିଲେ । ନଳିନୀ ପ୍ରଧାନଙ୍କୁ ସାଙ୍ଗରେ ନେଇ ଚାଲିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.