ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ, ୭୨ ବର୍ଷରେ ନେଲେ ଶେଷ ନିଶ୍ୱାସ

ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ । ମାତ୍ର ୭୨ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୀର୍ଘଦିନରୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ ।

ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ । ମାତ୍ର ୭୨ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୀର୍ଘଦିନରୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ । ତାଙ୍କ ମୃତ୍ୟୁ ବିଷୟରେ ଝିଅ ସୂଚନା ଦେଇଛନ୍ତି । ‘ନାମ୍‌’ ଫିଲ୍ମର ଗୀତ ‘ଚିଠି ଆଇହେ’ ବେଶ୍‌ ଲୋକପ୍ରିୟ ଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ସଂଗୀତ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଗତ କିଛି ଦିନ ତଳେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପଙ୍କଜ ଉଧାସ କିଛି ମାସ ତଳେ କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ଖବର ମିଳିଛି  ।

 

View this post on Instagram

 

A post shared by Nayaab Udhas (@nayaabudhas)

୨୦୦୬ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ପଙ୍କଜ ଉଧାସଙ୍କ ଜନ୍ମ ୧୭ ମଇ ୧୯୫୧ରେ ହୋଇଥିଲା । ସେ ତାଙ୍କ କ୍ୟାରିଅର ୧୯୮୦ରେ ‘ଆହଟ’ ନାମରେ ଏକ ଗଜଲ ଆଲବମରୁ ହୋଇଥିଲା । ଅନେକ ଆଲବମରେ ମଧ୍ୟ ଗୀତ ଗାଇଛନ୍ତି । ସେ ଜଣେ ଗଜଲ ଗାୟକ ଭାବରେ ଲୋକପ୍ରିୟ ହୋଇଥିଲେ । ଭାରତୀୟ ସଙ୍ଗୀତ ଜଗତରେ ତାଙ୍କୁ ତଲତ ଅଜିଜ୍ ଏବଂ ଜଗଜିତ୍ ସିଂହଙ୍କ ଭଳି ଅନ୍ୟ ପ୍ରସିଦ୍ଧ ଗଜଲ ଗାୟକଙ୍କ ସହ ତୁଳନା କରାଯାଇଥିଲା । ବଲିଉଡରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.