ବୟସ ଅନୁସାରେ ଜଣେ ବ୍ୟକ୍ତି ଦିନକୁ କେତେ ପାଦ ଚାଲିବା ଉଚିତ୍, ଜାଣନ୍ତୁ କ’ଣ ରହିଛି ଏକ୍ସପର୍ଟଙ୍କ ମତ

ହେଲଦି ବଡି ଏବଂ ମାଇଣ୍ଡ ପାଇଁ ପ୍ରତିଦିନ ଚାଲିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହିପରି ଭାବେ ଚାଲିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । କାରଣ ଚାଲିବା ଦ୍ୱାରା ପୂରା ଶରୀରର ବ୍ୟାୟାମ ହୋଇଥାଏ ଏବଂ ଶରୀର ଆକ୍ଟିଭି ରହିଥାଏ ।

ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜକୁ ଫିଟ୍ ରଖିବା ପାଇଁ ଜିମ୍ ଯିବା କିମ୍ବା ଯୋଗ କରିବା ପରିବର୍ତ୍ତେ ଚାଲିବାକୁ ପସନ୍ଦ କରନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ହେଲଦି ବଡି ଏବଂ ମାଇଣ୍ଡ ପାଇଁ ପ୍ରତିଦିନ ଚାଲିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହିପରି ଭାବେ ଚାଲିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । କାରଣ ଚାଲିବା ଦ୍ୱାରା ପୂରା ଶରୀରର ବ୍ୟାୟାମ ହୋଇଥାଏ ଏବଂ ଶରୀର ଆକ୍ଟିଭି ରହିଥାଏ । ତେବେ ଯେଉଁମାନେ ପ୍ରତିଦିନ ଚାଲନ୍ତି ସେମାନେ କୌଣସି ଅଲଗା ବ୍ୟାୟାମ କରିବା ଆବଶ୍ୟକ କରନ୍ତି ନାହିଁ । କିନ୍ତୁ ପ୍ରଶ୍ନ ଉଠେ ଯେ ଗୋଟିଏ ଦିନରେ କେତେ ଦିନ ଚାଲିବା ଉଚିତ୍ ? ତାହେଲେ ଆସନ୍ତୁ ଜାଣିବା ଯେ କେଉଁ ବୟସର ଲୋକ ଗୋଟିଏ ଦିନକୁ କେତେ ଚାଲିବା ଉଚିତ୍ ?

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କ ବୟସ ଅନୁସାରେ ଚାଲିବା ଉଚିତ୍ । କାରଣ ଏହା ଓଜନକୁ ନିୟନ୍ତ୍ରଣରେ ରଖେ । ଏଥି ସହିତ ଅନେକ ରୋଗ ହେବାର ଆଶଙ୍କା ମଧ୍ୟ କମ୍ ହୋଇପାରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଡାଇବେଟିସ୍‌, ହାଇ ବ୍ଲଡ ପ୍ରେସର ଏବଂ ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ କମିଯାଏ । ସେଥିପାଇଁ ପ୍ରତିଦିନ ଚାଲିବା ବହୁତ ଭଲ ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସନ୍ଧାନ ଅନୁଯାୟୀ, ୬ ରୁ ୧୭ ବର୍ଷ ବୟସର ପିଲା ଯେତେ ଅଧିକ ଚାଲନ୍ତି, ତାଙ୍କୁ ସେତେ ଅଧିକ ଲାଭ ମିଳିଥାଏ । ଏହି ବୟସର ପିଲାମାନେ ଦିନକୁ ଅତି କମରେ ୧୫ ହଜାର ପାଦ ଚାଲିବା ଆବଶ୍ୟକ । ତେବେ ଝିଅମାନେ ୧୨ ହଜାର ପାଦ ଚାଲିବା ଉଚିତ୍ । ଏହା ବ୍ୟତୀତ ୧୮ ରୁ ୪୦ ବୟସର ପୁରୁଷ ଏବଂ ମହିଳାମାନେ ଦିନରେ ଅତି କମରେ ୧୨ ହଜାର ପାଦ ଚାଲିବା ଉଚିତ୍ । ଆପଣମାନେ ତ ଜାଣିଥିବେ ଯେ ୪୦ ବର୍ଷ ପରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବା ଆରମ୍ଭ ହୋଇଥାଏ । ତେଣୁ ଏହି ବୟସର ଲୋକମାନେ ଦିନକୁ ୧୧ ହଜାର ପାଦ ଚାଲିବା ଉଚିତ୍ । ସେହିପରି ୫୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଦିନକୁ ୧୦ ହଜାର ପାଦ ଚାଲିବା ଉଚିତ୍ । ଏହି ସବୁ କଥା ସହ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଦିନରେ ଅତି କମରେ ୮ ହଜାର ଷ୍ଟେପ୍ ଚାଲିବା ଜରୁରୀ । ଯେତେବେଳେ ବି ଆପଣ ଚାଲୁଛନ୍ତି, ସେତେବେଳେ ଆପଣ ପୂରା ଏନର୍ଜି ସହିତ ଚାଲିବା ଉଚିତ । ତଥାପି ଯଦି ଆପଣ ଚାଲିବା ସମୟରେ କ୍ଳାନ୍ତ ଅନୁଭବ କରୁଛନ୍ତି, ତାହେଲେ ଆପଣ ଚାଲିବା ସମୟରେ ଅଳ୍ପ ସମୟ ବସନ୍ତୁ ଏବଂ ପୁଣି ଚାଲିବା ଆରମ୍ଭ କରନ୍ତୁ । ଯଦି ଆପଣମାନେ ଏହି ପରି ପ୍ରତିଦିନ ଚାଲନ୍ତି ତେବେ ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବେ । ସେଥିପାଇଁ ସମସ୍ତ ଲୋକମାନେ ପ୍ରତିଦିନ ସକାଳୁ ଶୀଘ୍ର ଉଠି ଚାଲିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.