ଭାରତୀୟ ରେଳ ପାଇଁ ଐତିହାସିକ ଦିନ, ୪୧,୦୦୦ କୋଟିର ଦୁଇ ହଜାରରୁ ଅଧିକ ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪୧,୦୦୦ କୋଟି ଟଙ୍କା ମୂଲ୍ୟର ୨,୦୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ।

ଭାରତୀୟ ରେଳ ପାଇଁ ଆଜି ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪୧,୦୦୦ କୋଟି ଟଙ୍କା ମୂଲ୍ୟର ୨,୦୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ପିଏମ୍‌ ମୋଦି ରେଲୱେକୁ ୪୧,୦୦୦ କୋଟି ମୂଲ୍ୟର ୨,୦୦୦ରୁ ଅଧିକ ପ୍ରକଳ୍ପ ଭେଟି ଦେଇଛନ୍ତି ।

ମୋଦି ଏହାକୁ ଐତିହାସିକ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ଦେଶ ପାଇଁ ସମର୍ପିତ । ସେ କହିଛନ୍ତି, ଯାତ୍ରାକୁ ଉନ୍ନତ କରିବା ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୫୫୩ ଷ୍ଟେସନର ପୁନଃନିର୍ମାଣ କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ୨୭ଟି ରାଜ୍ୟରେ ୫୫୩ ରେଳ ଷ୍ଟେସନର କାୟାକଳ୍ପ ସମ୍ପୂର୍ଣ୍ଣ ରୂପେ ବଦଳିଯିବ । ଏ ନେଇ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି ।

ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରିଥିଲେ । ଏହି ସମୟରେ କେନ୍ଦ୍ର ରେଳମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ‘X’ରେ ଭିଡିଓ ସେୟାର କରି ମୋଦି ଲେଖିଛନ୍ତି, ଏକାସାଙ୍ଗରେ ୨୦୦୦ଟି ପ୍ରକଳ୍ପ ଆରମ୍ଭ ହେବା ସହିତ ଭାରତ ଏହାର ରେଳ ଭିତ୍ତିଭୂମିରେ ଏକ ବଡ଼ ପରିବର୍ତ୍ତନର ସାକ୍ଷୀ ହେବାକୁ ଯାଉଛି ।

ମହାରାଷ୍ଟ୍ରର ୫୬ ରେଳ ଷ୍ଟେସନ, ଗୁଜରାଟରେ ୪୬, ଆନ୍ଧ୍ରପ୍ରଦେଶରେ ୪୬, ତାମିଲନାଡୁରେ ୩୪, ବିହାରରେ ୩୩, ମଧ୍ୟପ୍ରଦେଶରେ ୩୩, କର୍ଣ୍ଣାଟକରେ ୩୧, ଝାଡ଼ଖଣ୍ଡରେ ୨୭, ଓଡ଼ିଶାରେ ୨୧ ଏବଂ ରାଜସ୍ଥାନରେ ୨୧ ରେଳ ଷ୍ଟେସନର ପୁନଃନିର୍ମାଣ ସାମିଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.