ପାଣି ପାଇଁ ଛଟପଟ ହେବ ପାକିସ୍ତାନ, ରାବି ନଦୀରେ ଡ୍ୟାମ ନିର୍ମାଣ କରି ପାଣି ଅଟକାଇଲା ଭାରତ

୧୯୮୨ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ୧୯୯୫ରେ ପିଭି ନରସିମ୍ହା ରାଓ ମୂଳଦୁଆ ପଡିଥିଲା । ୧୯୯୮ ସୁଦ୍ଧା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା । କିନ୍ତୁ ଜମ୍ମୁ କାଶ୍ମୀର ଓ ପଂଜାବ ମଧ୍ୟରେ ବିବାଦ ଯୋଗୁ ଡ୍ୟାମ ନିର୍ମାଣ ବନ୍ଦ ପଡ଼ିଥିଲା । ପାକିସ୍ତାନକୁ ଯାଉଥିଲା ଏହାର ଜଳ ।

ପାକିସ୍ତାନକୁ ଆଉ ମିଳିବନି ରାବି ନଦୀର ଜଳ । ଡ୍ୟାମ ନିର୍ମାଣ କରି ପାଣି ଅଟକାଇଲା ଭାରତ। ଡ୍ୟାମ ନିର୍ମାଣ ପାଇଁ ଦୀର୍ଘ ୪୫ ବର୍ଷ ପ୍ରତୀକ୍ଷା କରିବାକୁ ପଡ଼ିଥିଲା । ୧୯୬୦ ଇଣ୍ଡସ୍ ୱାଟର ବୁଝାମଣା ଅନୁସାରେ ରାବି ନଦୀର ଜଳ ଉପରେ ଭାରତର ସଂପୂର୍ଣ୍ଣ ଅଧିକାର ରହିଛି । କିନ୍ତୁ ପଂଜାବ ପଠାନକୋଟ ଜିଲ୍ଲାର ଏହି ଶାହପୁର କାଣ୍ଡି ବ୍ୟାରେଜ ଘରୋଇ ବିବାଦ ଯୋଗୁ ବନ୍ଦ ପଡ଼ିଥିଲା । ଜମ୍ମୁ କାଶ୍ମୀର ଓ ପଞ୍ଜାବ ମଧ୍ୟରେ ବିବାଦ ଯୋଗୁଁ ଡ୍ୟାମ ତିଆରି ହୋଇ ପାରିନଥିଲା । ଏହି ସମୟ ମଧ୍ୟରେ ରାବି ନଦୀର ଜଳ ପାକିସ୍ତାନ ବ୍ୟବହାର କରୁଥିଲା ।

୧୯୮୨ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ୧୯୯୫ରେ ପିଭି ନରସିମ୍ହା ରାଓ ମୂଳଦୁଆ ପଡିଥିଲା । ୧୯୯୮ ସୁଦ୍ଧା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା । କିନ୍ତୁ ଜମ୍ମୁ କାଶ୍ମୀର ଓ ପଂଜାବ ମଧ୍ୟରେ ବିବାଦ ଯୋଗୁ ଡ୍ୟାମ ନିର୍ମାଣ ବନ୍ଦ ପଡ଼ିଥିଲା । ପାକିସ୍ତାନକୁ ଯାଉଥିଲା ଏହାର ଜଳ । ୨୦୦୮ରେ ଶାହପୁର କାଣ୍ଡି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଯାଇଥିଲା ।

୨୦୧୩ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ପୁଣି ବିବାଦ ଯୋଗୁଁ ୨୦୧୪ରେ ପ୍ରକଳ୍ପ ବନ୍ଦ ରହିଥିଲା । ଶେଷରେ ୨୦୧୮ରେ କେନ୍ଦ୍ର ସରକାର ମଧ୍ୟସ୍ଥତା କରି ବିବାଦର ସମାଧାନ କରିଥିଲେ । ଏବେ ଜମ୍ମୁ କାଶ୍ମୀର, ପଂଜାବ ଏବଂ ରାଜସ୍ଥାନ ରାବି ନଦୀର ଜଳ ଦ୍ବାରା ଉପକୃତ ହେବେ । ପାକିସ୍ତାନ ଏଥିରୁ ବଞ୍ଚିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.