ଅଧିକ ଆଳୁ ଖାଉଥିଲେ ଆଜି ହିଁ ବନ୍ଦ କରନ୍ତୁ, ମିଳିବ ଅନେକ ସମସ୍ୟାରୁ ମୁକ୍ତି

ବହୁତ ଲୋକ ଆଳୁ ଖାଇବାକୁ ପସନ୍ଦ କରନ୍ତି । ଏହାର ଅନେକ ଲାଭ ମଧ୍ୟ ରହିଛି । ତଥାପି ଆଳୁ ଖାଇବାର ଅସୁବିଧା ମଧ୍ୟ ରହିଥାଏ । ଯାହାକୁ ପଟାଟୋ ସାଇଡ୍ ଇଫେକ୍ଟସ୍ ମଧ୍ୟ କୁହାଯାଏ । ଏହାକୁ ନେଇ ବିଶେଷଜ୍ଞମାନେ କୁହନ୍ତି ଯେ, ଯଦି ଆମେ କେବଳ ଏକ ମାସ ପାଇଁ ଆଳୁ ଖାଇବା ବନ୍ଦ କରିବା, ତେବେ ଶରୀରରେ ମଧ୍ୟ ଜବରଦସ୍ତ ପରିବର୍ତ୍ତନ ଦେଖାଯିବ । ଏହା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ।

ଆପଣମାନେ ତ ଜାଣିଥିବେ ଯେ ଆଳୁକୁ ପନିପରିବାର ରାଜା କୁହାଯାଏ । ଆମ ରୋଷେଇ ଘରେ ଆଳୁର ଏକ ବିଶେଷ ସ୍ଥାନ ରହିଥାଏ । ଅନେକ ଜିନିଷ ଆଳୁରୁ ତିଆରି । ବହୁତ ଲୋକ ଆଳୁ ଖାଇବାକୁ ପସନ୍ଦ କରନ୍ତି । ଏହାର ଅନେକ ଲାଭ ମଧ୍ୟ ରହିଛି । ତଥାପି ଆଳୁ ଖାଇବାର ଅସୁବିଧା ମଧ୍ୟ ରହିଥାଏ । ଯାହାକୁ ପଟାଟୋ ସାଇଡ୍ ଇଫେକ୍ଟସ୍ ମଧ୍ୟ କୁହାଯାଏ । ଏହାକୁ ନେଇ ବିଶେଷଜ୍ଞମାନେ କୁହନ୍ତି ଯେ, ଯଦି ଆମେ କେବଳ ଏକ ମାସ ପାଇଁ ଆଳୁ ଖାଇବା ବନ୍ଦ କରିବା, ତେବେ ଶରୀରରେ ମଧ୍ୟ ଜବରଦସ୍ତ ପରିବର୍ତ୍ତନ ଦେଖାଯିବ । ଏହା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ । ତାହେଲେ ଆସନ୍ତୁ ଜାଣିବା ଆଳୁ ନ ଖାଇବାର ଲାଭ କ’ଣ ହୋଇଥାଏ ।

ଓଜନ ନିୟନ୍ତ୍ରିତରେ ରହିବ :
ଆଳୁରେ ଜବରଦସ୍ତ ଏନର୍ଜି ମିଳିଥାଏ । ଏହା ଶରୀରକୁ ଭଲ ପରିମାଣର କ୍ୟାଲୋରୀ ଯୋଗାଇଥାଏ । ସାଧାରଣତଃ ଆଳୁରେ ତିଆରି ହୋଇଥିବା ଖାଦ୍ୟରେ ଅଧିକ ତେଲ ବ୍ୟବହୃତ ହୁଏ । ଏପରି ପରିସ୍ଥିତିରେ ଯଦି ଆଳୁ ଖାଇବା କେବଳ ଏକ ମାସ ପାଇଁ ବନ୍ଦ ହୋଇଯାଏ । ତେବେ ଓଜନକୁ ନିୟନ୍ତ୍ରଣ କରାଯାଇପାରିବ ।

ବ୍ଲଡ ସୁଗାରକୁ ନିୟନ୍ତ୍ରଣ ରହିବ :
ଆଳୁ ଖାଇବା ଦ୍ୱାରା ବ୍ଲଡ଼ ସୁଗାର ଲେବଲ ବଢିପାରେ । ତେଣୁ ଯେତେବେଳେ ଆମେ ଏହାକୁ ଖାଇବା ବନ୍ଦ କରିଥାଉ, ସେତେବେଳେ ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ । ଏହି କାରଣରୁ ଡାଇବେଟିସ୍‌ ରୋଗୀମାନେ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆଳୁ ଖାଇବା ଠାରୁ ଦୂରେଇ ରହିବା ଦ୍ୱାରା ଡାଇବେଟିସ୍‌ ରୋଗୀଙ୍କୁ ଅନେକ ଲାଭ ମିଳିଥାଏ ।

ହାଇ ବ୍ଲଡ ପ୍ରେସର ଏବଂ ହାର୍ଟ ସମସ୍ୟାର ଆଶଙ୍କା କମ୍‌ ରହିଥାଏ :
ତେବେ ଆଳୁ ଚିପ୍ସ ଏବଂ ଫ୍ରେଞ୍ଚ, ଆଳୁ ତରକାରୀରୁ ପ୍ରସ୍ତୁତ ଖାଦ୍ୟରେ ପ୍ରାୟତଃ ଅଧିକ ସୋଡିୟମ୍ ଥାଏ । ଯାହାକୁ ଖାଇବା ଦ୍ୱାରା ହାଇ ବ୍ଲଡ ପ୍ରେସର ଏବଂ ହାର୍ଟ ସମସ୍ୟାର ଆଶଙ୍କା ବଢିପାରେ । ତେଣୁ ଆଳୁ ନ ଖାଇବା ଦ୍ୱାରା ଆପଣ ଏହି ଗମ୍ଭୀର ସମସ୍ୟାରୁ ରକ୍ଷା ପାଇପାରିବେ ।

ଆଳୁ ବଦଳରେ ଅନ୍ୟ ପୋଷକ ତତ୍ତ୍ୱ ଖାଇପାରିବେ :
ଆଳୁରେ ଭିଟାମିନ୍ C ଏବଂ ଭିଟାମିନ୍ B6 ସହିତ ପୋଟାସିୟମ୍ ଭଳି ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ । ଯଦି ଆପଣ ଆଳୁ ଖାଇବା ଛାଡିବାକୁ ଚାହାଁନ୍ତି, ତେବେ ଆପଣ ଏହା ବଦଳରେ କନ୍ଦମୂଳକୁ ଆପଣଙ୍କ ଖାଦ୍ୟର ଏକ ଅଂଶ କରିପାରିବେ । ଯଦି ଆପଣ ଚାହାଁନ୍ତି, ତେବେ ଫୁଲକୋବି, ଶାଗ କିମ୍ବା ବନ୍ଧାକୋବି ମଧ୍ୟ ଖାଇପାରିବେ । ଏହା ଦ୍ୱାରା ଆପଣଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ରହିବ ନାହିଁ । ସେଥିପାଇଁ ଆପଣ ଆଳୁ ବଦଳରେ ଏହି ସବୁ ଜିନିଷ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.