ଆଜି ହୋଇ ପାରେ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ପଛରେ ପଡ଼ିଛି ବିଜେପି। ରାଜ୍ୟ ବିଜେପି ଏଯାଏଁ ପ୍ରାର୍ଥୀ ତାଲିକା ପ୍ରକାଶ କରି ନଥିବା ବେଳେ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଜାରି କରିଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଯୋଗୀ ଆଦିତ୍ୟନାଥ, ହେମାମାଳିନୀ ଓ ୮ ଜଣ ଓଲିଉଡ ତାରକା ଅଛନ୍ତି ।

କିଛି ସ୍ଥାନରେ ଗଣିତ ଜଟିଳ ରହୁଥିବାରୁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବ ହେଉଥିବା ସୂଚନା ମିଳୁଛି। ନିଜ ଦଳର ନେତାଙ୍କ ଉପରେ ଅଧିକ ଭରସା କରିବ ନା ବାହାରୁ ଯାଇ ବିଜେପିରେ ମିଶିଥିବା ନେତାଙ୍କୁ ଥଇଥାନ କରିବାକୁ ସୁଯୋଗ ଦେବ ତା ଉପରେ ସମସ୍ତଙ୍କ ନଜର । ବିଳମ୍ବକୁ ନେଇ ରାଜ୍ୟର ବିଜେପି ନେତା ଆଶା ଆଶଙ୍କାରେ ରହିଛନ୍ତି । ତେବେ ଯାହା ସୂଚନା ମିଳିଛି, ଆଜି ହୋଇ ପାରେ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ।

Leave A Reply

Your email address will not be published.