Below header

ପବିତ୍ର ଦୋଳ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ (କେନ୍ଯୁଜ୍) : ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ। ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ। ଆଜି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଏଥିପାଇଁ ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଗତକାଲି ଫାଲଗୁନ ଶୁକ୍ଳ ତିଥିରେ ମହାପ୍ରଭୂଙ୍କ ଅଗ୍ନି ଉତ୍ସବ ନୀତି ଅନୁଷ୍ଠିତ ହୋଇଛି। ଏହି ଉତ୍ସବରୁ ମେଣ୍ଢାପୋଡି ନୀତି କୁହାଯାଏ। ମହାପ୍ରଭୂଙ୍କ ମଧ୍ୟାହ୍ନଧୂପ ନୀତି ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ଦୋଳଦୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଓ ପଞ୍ଚୁପାଣ୍ଡବ ବିମାନଯୋଗେ ଦୋଳବେଦୀରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଠାକୁରଙ୍କ ଦର୍ଶନ ଲାଗି ଦୋଳବେଦୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.