ଲାଞ୍ଚ ନେଉଥିଲେ ମଧୁସୂଦନ, ଭିଜିଲାନ୍ସ ଧରିଲା ପୋଲିସ୍‌ ଏଏସ୍‌ଆଇଙ୍କୁ

ରାଉରକେଲା (କେ ନ୍ୟୁଜ୍‌) : ରାଉରକେଲା ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ପୋଲିସ ଏଏସ୍‌ଆଇ । ସେ ହେଉଛନ୍ତି ରାଉରକେଲା ପୋଲିସ ଜିଲ୍ଲାର ବ୍ରାହ୍ମଣୀ ତରଙ୍ଗ ଥାନାରେ କାର୍ଯ୍ୟରତ ଏଏସଆଇ ମଧୁସୂଦନ ପାତ୍ର । ବ୍ରାହ୍ମଣୀ ତରଙ୍ଗ ଥାନାରେ ଜଣେ ଅଭିଯୁକ୍ତକୁ ଗିରଫ

ASI VIGILANCE-2କରି କୋର୍ଟ ଚାଲାଣ ପରେ ତାର ସାନଭାଇକୁ ସେହି ମାମଲାରେ ଛନ୍ଦି କୋର୍ଟ ଚାଲାଣ କରିଦେବାର ଧମକ ଦେଇ ଘରୁ ଉଠାଇ ନେଇଥିଲେ । ୫୦୦୦ ଟଙ୍କାର ମୁଲଚାଲ ହୋଇଥିଲା । ତାକୁ ଛାଡି ଦେଇ ଟଙ୍କା ନେବା ସମୟରେ ପଡିଗଲେ ଭିଜିଲାନ୍ସ ଜାଲରେ । ଭିଜିଲାନ୍ସ ପକ୍ଷରୁ ଏଏସଆଇ ମଧୁସୂଦନ ପାତ୍ରଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି । ଲାଞ୍ଚ ଟଙ୍କା ସହ ତାଙ୍କୁ ଗିରଫ କରାଯିବା ସହ ଅଧିକ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଏସପି ଦିଲ୍ଲୀପ କୁମାର କର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.