Below header

ପ୍ରାର୍ଥୀ ତାଲିକା ନେଇ ପଛରେ ପଡିନି ବିଜେପି : ବସନ୍ତ ପଣ୍ଡା

ଭୁବନେଶ୍ବର :  କଂଗ୍ରେସର ୪୪ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପରେ, ଏବେ ବିଜେପିର ପ୍ରାର୍ଥୀ ପ୍ରସ୍ତୁତ । ବାକି ରହିଛି ଘୋଷଣା । ଉଭୟ ବିଧାନସଭା ଏବଂ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଦଳୀୟ ସଂଗଠନ କାର୍ଯ୍ୟରେ  ବ୍ୟସ୍ତ ରହିଛନ୍ତି । ସମୟ ଆସିଲେ ଦଳ ଏମାନଙ୍କ ନାମ ଘୋଷଣା କରିବ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି।

ବସନ୍ତ ପଣ୍ଡା ପ୍ରାର୍ଥୀଙ୍କ ବିଷୟରେ ସୂଚନା ଦେଇନଥିଲେ ମଧ୍ୟ ସୁନ୍ଦରଗଡ,ବରଗଡ,ସମ୍ବଲପୁର ଏବଂ ବଲାଙ୍ଗିର ଲୋକସଭା ପାଇଁ ୪ ଜଣଙ୍କ ନାଁ ଚର୍ଚ୍ଚାକୁ ଆସିଛି। ସୁନ୍ଦରଗଡରୁ ଜୁଏଲ ଓରାମ ୨୦୧୪ରେ ବିଜୟୀ ହୋଇଥିଲେ। ବରଗଡରେ ସୁବାସ ଚୌହାନ, ସମ୍ବଲପୁରରେ ସୁରେଶ ପୂଜାରୀ ଓ ବଲାଙ୍ଗିରରେ ସଂଗୀତା ସିଂଦେଓ ଦ୍ୱିତୀୟ ସ୍ଥାନରେ ଥିଲେ । ୨୦୧୯ ନିର୍ବାଚନ ପାଇଁ ଏମାନେ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଆସନ୍ତୁ ନଜର ପକାଇବା, ୨୦୧୪ରେ କିଏ କେତେ ଭୋଟ ପାଇଥିଲେ।

bjpସୁନ୍ଦରଗଡ଼ରେ ବିଜେପି-୩ ଲକ୍ଷ ୪୦ ହଜାର ୫୦୮, ବିଜେଡି-୩ ଲକ୍ଷ ୨୧ ହଜାର ୬୭୯ ଓ କଂଗ୍ରେସ-୨ଲକ୍ଷ୬୯ହଜାର ୩୩୫ ଭୋଟ୍‌ ପାଇଥିଲା। ସେହିପରି ବଲାଙ୍ଗିରରେ ବିଜେଡି-୪ଲକ୍ଷ ୫୩ହଜାର ୫୧୯, ବିଜେପି-୩ଲକ୍ଷ,୪୯ହଜାର,୨୨୦ ଓ କଂଗ୍ରେସ-୨ଲକ୍ଷ ୭୭ହଜାର ୬୧୬ ଭୋଟ୍‌ ପାଇଥିଲା। ବରଗଡରେ ବିଜେଡି-୩ଲକ୍ଷ ୮୩ ହଜାର ୨୩୦, ବିଜେପି-୩ଲକ୍ଷ,୭୨ହଜାର,୦୫୨ ଓ କଂଗ୍ରେସ ୨ଲକ୍ଷ ୭୪ହଜାର ୬୧୦ ଭୋଟ୍‌ ପାଇଥିଲା। ସେହିପରି ସମ୍ବଲପୁରରେ ବିଜେଡି-୩ଲକ୍ଷ ୫୮ହଜାର ୬୬୮, ବିଜେପି- ୩ଲକ୍ଷ ୨୮ହଜାର ୦୪୨ ଓ କଂଗ୍ରେସ-୨ଲକ୍ଷ ୪୨ହଜାର ୧୩୧ ଭୋଟ୍‌ ପାଇଥିଲା।

ଏହି ୪ ଜଣ ୨୦୧୯ ନିର୍ବାଚନରେ ଏହି ୪ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ। ଏହି କ୍ଷେତ୍ରରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ଅଧିକ ଆଶା ରହିଛି । ଏମାନେ ବିଜେପିର ନିରବ ଯୋଦ୍ଧା ଭାବେ ସାଂଗଠନିକ କାର୍ଯ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.