ଏହି ସବୁ କାରଣରୁ ମହିଳାମାନେ ମା ହେବା ସୁଖରୁ ବଂଚିତ ହୋଇଥାନ୍ତି, ଜାଣନ୍ତୁ କଣ ଏହାର ଉପଚାର

ମହିଳା ମାନଙ୍କ ପାଇଁ ନିଃସନ୍ତାନ ହେବା ଏକ ଭାରୀ ବୋଝ ଠାରୁ କମ୍ ହୋଇ ନଥାଏ। ଏହି ସମସ୍ୟା ପୁରୁଷ ମାନଙ୍କ ପାଖରେ ମଧ୍ୟ ଦେଖା ଯାଇଥାଏ, କିନ୍ତୁ ସେହି କଷ୍ଟରୁ ଯେତିକି କଷ୍ଟ ମହିଳା ମାନଙ୍କୁ ହୋଇଥାଏ ତାହାର କଳ୍ପନା କରିବା ବହୁତ ମୁସକିଲ। ମହିଳାମାନଙ୍କ ଠାରେ ଇନଫର୍ଟୀଲିଟୀ ବା ସନ୍ତାନହୀନତା ଏକ ଏମିତି କଷ୍ଟ ଅଟେ ଯେଉଁଥିରେ ଶରୀରିକ କଷ୍ଟ ଠାରୁ ମାନସିକ ଚିନ୍ତା ମହିଳାଙ୍କୁ ଅଧିକ ଅସ୍ଥିର କରିଦେଇଥାଏ। ଜଣେ  ସ୍ପେସାଲିଷ୍ଟଙ୍କ କହିବା ମୁତାବକ ମହିଳା ମାନଙ୍କର ଏହି ସମସ୍ୟା ନିମ୍ନଲିଖିତ କାରଣ ଦ୍ବାରା ହୋଇଥାଏ।

  • ଫେଲୋପିଆନ ଟ୍ୟୁବ ବା ଗର୍ଭନଳୀ ବନ୍ଦ ହେବା
  • ୟୁଟେରସ ସମ୍ବଦ୍ଧୀୟ ସମସ୍ୟା ଯଥା ଛୋଟ ଗର୍ଭାଶୟ, ଗଣ୍ଠି, କ୍ୟାନ୍ସର କିମ୍ବା ଟିବି ଅଣ୍ଡା ସ୍ରୁଷ୍ଟି ନ  ହେବା
  • ପିସିଓଡି ( ପଲିସିସ୍ଟିକ ଓଭାରୀ ଡିଜିଜ୍)
  • ଲ୍ୟୁକୋରିଆ, ମଧୁମେହ, ଆନିମିୟା, ମେଦ ବହୁଳତା ଇତ୍ୟାଦି

ମହିଳାମାନଙ୍କର ନିଃସନ୍ତାନ ଜଡିତ ସବୁ ରୋଗକୁ ମୁଖ୍ୟତଃ ୩ଟି ବର୍ଗରେ ବଣ୍ଟା ଯାଇପାରିବ। ପ୍ରଥମତଃ ଫ୍ୟାଲୋପିୟନ ଟ୍ୟୁବ୍ ବା ଗର୍ଭନଳୀ ସମ୍ବନ୍ଧୀୟ, ଦ୍ବିତୀୟତଃ ଗର୍ଭାଶୟ ଜନିତ ସମସ୍ୟା ବା ଏଣ୍ଡୋମେଟ୍ରୀୟମ ଏବଂ ତୃତୀୟତଃ ଅଣ୍ଡାଶୟ ସହ ଜଡିତ ସମସ୍ୟା ବା ପଲିସିଷ୍ଟିକ ଓଭାରୀ ଡିଜିଜ କିମ୍ବା ପଲିସିଷ୍ଟିକ ଓଭାରୀ ସିଣ୍ଡ୍ରୋମ। ଏତେ ଗମ୍ଭୀର ସମସ୍ୟା ପରେ ମଧ୍ୟ ଲାଟେଷ୍ଟ ଟେକନିକ ଆଇବିଏଫରୁ ମହିଳାମାନଙ୍କୁ ମା’ ହେବାର ସୁଖ ପ୍ରାପ୍ତି ହୋଇପାରେ।

ଇନ୍ଦିରା ଆଇ ବି ଏଫ ଦ୍ବାରକା-ଦିଲ୍ଲୀ ସେଣ୍ଟରର ଆଇବିଏଫ ସ୍ପେଶାଲିଷ୍ଟ ଡା. ରେଖା ବରାରଙ୍କ କହିବାନୁଯାୟୀ ନିଃସନ୍ତାନରେ ପୀଡିତ ମହିଳାମାନଙ୍କ ଠାରେ ସବୁଠୁ ଅଧିକ ସମସ୍ୟା ଫ୍ୟାଲୋପିୟନ ଟ୍ୟୁବ ବା ଗର୍ଭନଳୀରେ ହୋଇଥାଏ। କିଛି ମହିଳାଙ୍କର ଟ୍ୟୁବ ନଥିବାର ସମସ୍ୟା ହୋଇଥାଏ ତ ଅନ୍ୟ କାହାର ଟ୍ୟୁବରେ ସ୍ଥିରତା କିମ୍ବା ସଂକ୍ରମଣ ଜନିତ ସମସ୍ୟା ରହିଥାଏ ।

କଣ କାର୍ଯ୍ୟ କରିଥାଏ ଗର୍ଭନଳୀ ବା ଫେଲୋପିୟନ ଟ୍ୟୁବ୍

infertility

ମହିଳାଙ୍କ ଶରୀରରେ ଦୁଇଟି ଟ୍ୟୁବ ରହିଥାଏ। ସବୁ ମାସ ଓଭାରୀରେ ଅଣ୍ଡା ଫେଲୋପିୟନ ଟ୍ୟୁବକୁ ଆସିଥାଏ ଏହି ସମୟରେ ସମ୍ବନ୍ଧ କରାଇବା ଦ୍ବାରା ଶୁକ୍ରାଣୁ ଅଣ୍ଡାରେ ପ୍ରବେଶ କରିଥାଏ, ଯାହାଦ୍ବାରା ଭୃଣ ତିଆରି ହେବାର ପ୍ରାଥମିକ ପ୍ରକ୍ରିୟା ହୋଇଯାଇଥାଏ ଏବଂ ଏହା ପରେ ଭୃଣ ଗର୍ଭାଶୟକୁ ଚାଲିଯାଇଥାଏ ଏବଂ ଜନ୍ମ ପର୍ଯ୍ୟନ୍ତ ତାହା ବିକସିତ ହୋଇଥାଏ।

ଫେଲୋପିୟନ ଟ୍ୟୁବରେ ଯଦି ବ୍ଲକେଜ ହୁଏ ତେବେ ଏହାକୁ ଓୌଷଧ ମାଧ୍ୟମରେ ଠିକ କରାଯାଇଥାଏ, କିନ୍ତୁ ଅନେକ ମାମଲାରେ ଓୌଷଧ କାମ ଦେଇନଥାଏ । ଏମିତିରେ କ୍ୟାନ୍ୟୁଲାଇଜେସନ ଟେକନିକ ଜରିଆରେ ଏକ ପତଳା ତାର ଦ୍ବାରା ବ୍ଲକେଜକୁ ହଟାଯାଏ। ଯଦି ଟ୍ୟୁବରେ ବ୍ଲକେଜ ଅଧିକ ହୋଇଥାଏ ତେବେ ପ୍ରଭାବିତ ଅଂଶକୁ ହଟାଇ ବାକି ଅଂଶକୁ ଟାଙ୍କ ଦେଇ ଜୋଡା ଯାଏ। ଟ୍ୟୁବ୍ ଖୋଲିବା ପରେ ମଧ୍ୟ ପ୍ରାକୃତିକ ରୂପରେ ଗର୍ଭଧାରଣର ସମ୍ଭାବନା କମ୍ ରହିଥାଏ, ଏମିତିରେ ଏହାକୁ ନ ଖୋଲିବା ଦ୍ବାରା ଆଇବିଏଫ ମାଧ୍ୟମରେ ଗର୍ଭଧାରଣ କରାଯାଇ ପାରିବ। ଏହି ପ୍ରୋସିଜିଓରରେ ମହିଳାଙ୍କର ଓଭାରୀରୁ ଅଣ୍ଡା ବାହାର କରି ଲ୍ୟାବରେ ପୁରୁଷଙ୍କ ସ୍ପର୍ମରେ ଫର୍ଟିଲାଇଜ କରାଯାଇଥାଏ। ୨-୩ ଦିନ ପରେ ଏହାକୁ ମହିଳାଙ୍କର ଗର୍ଭାଶୟରେ ପ୍ରତିରୋପଣ କରିଦିଆଯାଏ। ଏହି ଭଳି ଭାବେ ଟ୍ୟୁବରେ ହେଉଥିବା ପ୍ରକ୍ରୀୟାକୁ ଲ୍ୟାବରେ କରାଯାଇଥାଏ ଏବଂ ଏହା ପରେ ସବୁ ପ୍ରକ୍ରୀୟା ସାମାନ୍ୟ ଗର୍ଭଧାରଣ ଭଳି ହୋଇଥାଏ।

ଏଣ୍ଡୋମେଟ୍ରିଓସିସର ସମସ୍ୟା

Infertilityଡାକ୍ତରଙ୍କ କହିବାନୁଯାୟୀ ଏଣ୍ଡ୍ରୋମେଟ୍ରିଓସିସ ଓଭାରୀରେ ହେଉଥିବା ସମସ୍ୟା ଅଟେ। ୨୫ ରୁ ୪୦ ବର୍ଷର ମହିଳାମାନଙ୍କ ପେଟରେ ଯନ୍ତ୍ରଣା ଏବଂ ଗର୍ଭଧାରଣ ନ ହେବାର ଏହା ଏକ ବଡ କାରଣ ହୋଇଥାଏ। ଏହି ସମସ୍ୟା ହେବା ଦ୍ବାରା ଏଣ୍ଡୋମେଟ୍ରିୟମକୁ ଢାଙ୍କୁଥିବା ଟିସୁ ଗର୍ଭାଶୟ ପାଖ ଯାଗାରେ ବିକସିତ ହେବାକୁ ଲାଗିଥାଏ। ପିରିୟଡସ୍ ଦ୍ବାରା ରକ୍ତର ଗଣ୍ଠି ଓଭାରୀରେ ଜମା ହେବାକୁ ଲାଗିଥାଏ। ଏହି କାରଣରୁ ଆନ୍ତ, ଟ୍ୟୁବ୍ସ ଏବଂ ଓଭାରୀ ନିଜ ଭିତରେ ଲାଗି ଯାଇଥାଏ। ଏହା କ୍ଷତିକାରକ ହୋଇପାରେ, କାରଣ ଏହା ଟ୍ୟୁବ ଏବଂ ଓଭାରୀକୁ କ୍ଷତି ପହଁଞ୍ଚାଇଥାଏ ଯାହା ନିଃସନ୍ତାନତାର କାରଣ ହୋଇପାରେ। ସମୟ ଭିତରେ ଏହାର ଚିକିତ୍ସା ନହେଲେ ପେଲ୍ବିକ ଫୁଲି ଯାଏ। ଏହି ଅସୁବିଧାରେ ମହିଳାଙ୍କୁ ବହୁତ ଯନ୍ତ୍ରଣା ସହିବାକୁ ବଡିଥାଏ।

କଣ ଏହାର ଚିକିତ୍ସା :

ଏଣ୍ଡୋମେଟ୍ରିଓସିସର ଉପଚାର ଭାବରେ ରୋଗୀକୁ ହର୍ମୋନାଲ ଓୌଷଧ କିମ୍ବା ମାସିକ ଗୋଟିଏ ଇନଜେକସନ ଦିଆଯାଇଥାଏ। ଅବଶ୍ୟ ଏହା ସମ୍ପୂର୍ଣ୍ଣ ରୂପେ ସଠିକ୍ ଉପଚାର ହୋଇନଥାଏ ଏବଂ ଏହାର ସାଇଡ ଇଫେକ୍ଟ ରହିଥାଏ। ଏଣ୍ଡୋମେଟ୍ରିଓସିସ ରୋଗରେ ଆକ୍ରାନ୍ତ ମହିଳା ଯଦି ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରନ୍ତି, ତେବେ ସେମାନଙ୍କ ପାଇଁ ଆଇୟୁଆଇ ଏବଂ ଆଇବିଏଫ ଭଳି ଚିକିତ୍ସା ଉପଲବ୍ଧ ଅଛି ।

ଯଦି ଆପଣ ମଧ୍ୟ ଏଭଳି ସମସ୍ୟାରେ ଜଡିତ, ତେବେ ଆପଣ ନିଶ୍ଚିତ ଭାବରେ କୌଣସି ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଭେଟି ଆପଣଙ୍କର ସମସ୍ୟା ଜଣାନ୍ତୁ ଏବଂ ଏହାର ସଠିକ ଉପଚାର ଖୋଜନ୍ତୁ । ସଠିକ ଡାକ୍ତର ପରାମର୍ଶ ଦ୍ୱାରା ଏହି ଅସୁବିଧାର ନିଶ୍ଚିତ ସମାଧାନ ମିଳି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.