Below header

ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁନଃଗଠନ, ଉପକୃତ ହେବେ ୭୨,୫୬୩ ଜଣ ପ୍ରାଥମିକ ଶିକ୍ଷକ

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁନଃଗଠନ ଓ ଗ୍ରେଡ ପେ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପ୍ରାଥମିକ ଶିକ୍ଷକଙ୍କ ଦାବି ପ୍ରତି ସମ୍ମାନ ଜଣାଇ ସରକାର ସେମାନଙ୍କ କ୍ୟାଡରରେ କେତେକ ପରିବର୍ତ୍ତନ ଆଣିଛନ୍ତି । ସେମାନଙ୍କ ଚାକିରି କାଳ ମଧ୍ୟରେ ଅତିକମରେ ତିନୋଟି ପଦୋନ୍ନତି ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ଏଲିମେଣ୍ଟାରୀ କ୍ୟାଡରରେ ବରିଷ୍ଠ ଶିକ୍ଷକ, ସ୍ନାତକ ଶିକ୍ଷକ, ବରିଷ୍ଠ ପ୍ରଧାନଶିକ୍ଷକ ନାମରେ ପଦବୀ ସୃଷ୍ଟି କରାଯିବା ସହ ଲେଭଲ-୪, ଲେଭଲ-୨ ପଦବୀ ସଂଖ୍ୟା ଯଥେଷ୍ଟ ବଢ଼ାଇଦିଆଯାଇଛି । ବେତନ ହାରରେ ମଧ୍ୟ ବୃଦ୍ଧି ଘଟିଛି । ଏହାଦ୍ୱାରା ଶିକ୍ଷକମାନେ ତିନୋଟି ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏହି କ୍ୟାଡର ପୁନର୍ଗଠନ ଦ୍ୱାରା ରାଜ୍ୟର ପ୍ରାୟ ୭୨ ହଜାର ୫ଶହ ୬୩ ଜଣ ପ୍ରାଥମିକ ଶିକ୍ଷକ ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.