ନିଶ ତଳେ ଜୁଆ ଖେଳ, ଥାନା ପଛକୁ ଅନାଉ ନାହାନ୍ତି କି ପୋଲିସ୍ ବାବୁ ?

ଭୁବନେଶ୍ବର (କେନ୍ୟୁଜ୍) : ପୋଲିସ ଥାନା ପଛ ପଟେ ଜୁଆ ଖେଳ । ବେଧଡ଼କ ଚାଲିଛି ରାଜଧାନୀରେ । ସନ୍ଧ୍ୟା ହେଲେ ଏଠି ଚାଲେ ତାସ୍ ଖେଳ ଓ ତା ଉପରେ ଡାକ । ଠିକ୍ ପୋଲିସ୍ ବାବୁଙ୍କ ନିଶ ତଳେ । କିଛି ନିୟମିତ ଗ୍ରାହକ ଅଛନ୍ତି । ଆଉ କିଛି ମଝିରେ ମଝିରେ ଆସି ଯୋଗ ଦିଅନ୍ତି । ଏସବୁ ଘଟୁଛି ଖୋଦ ରାଜଧାନୀର ଛାତ ଉପରେ ଥିବା କ୍ୟାପିଟାଲ ଥାନା ପାଖରେ ।

ସ୍ଥାନୀୟ ଲୋକଙ୍କୁ ପଚାରିଲେ କୁହନ୍ତି ପୋଲିସ୍ ଜାଣତରେ ଏସବୁ ଚାଲିଛି । ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ୍ କମିଶନର ସତ୍ୟଜିତ ମହାନ୍ତି ।

https://www.youtube.com/watch?v=_N4SYHRw_iE

 

Leave A Reply

Your email address will not be published.