ସଇତାନ୍‌ ସ୍ୱାମୀ, ପରକୀୟା ପ୍ରୀତିକୁ ବିରୋଧ କରିବାରୁ ମାରିଦେଲା ସ୍ତ୍ରୀକୁ

ଭୁବନେଶ୍ବର : ସଇତାନ୍‌ ସ୍ୱାମୀ । ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ମାରିଦେଲା । ଭୁବନେଶ୍ୱରରେ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ତନୁଜା ଆଇଚ୍‌ ରହସ୍ୟଜନକ ମୃତ୍ୟୁର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ସଂଗ୍ରାମକୁ କୋଲକାତାରୁ ଗିରଫ କରାଯାଇଛି ।

୩୦ ସେପ୍ଟେମ୍ବର ୨୦୧୮ । ସମୟ ରାତି ପ୍ରାୟ ୧୦ଟା ବେଳକୁ ସଂଗ୍ରାମର ପରକୀୟା ସମ୍ପର୍କକୁ ନେଇ ଝଗଡ଼ା କରିଥିଲେ ତନୁଜା । ଉତ୍‌କ୍ଷିପ୍ତ ହୋଇ ତାଙ୍କ ମୁଣ୍ଡକୁ ଘର କାନ୍ଥରେ ପିଟି ଦେଇଥିଲା ସଂଗ୍ରାମ । ବେହୋସ ହୋଇଥିବା ପରେ ଶ୍ୱାସରୁଦ୍ଧ କରି ହତ୍ୟା କାରିଥିଲା । ପରେ ପ୍ରେମିକା ସାହାଯ୍ୟରେ ମୃତଦେହକୁ ସଂଗ୍ରାମ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ନେଇଥିଲା କଟକ ଅଶ୍ୱିନୀ ହସ୍ପିଟାଲ୍‌ । ଡାକ୍ତର ତୁନଜାକୁ ମୃତ ଘୋଷଣା କରିବା ପରେ ଭୁବନେଶ୍ୱର ଫେରିଥିଲା । ୧ ଅକ୍ଟୋବର । ସମୟ ରାତି ୨ଟା । ସ୍ଥାନ- ଭୁବନେଶ୍ୱର ସାମନ୍ତରାପୁର ଛକ । ତନୁଜାଙ୍କ ଶବ ସତ୍କାର ପାଇଁ ପୁରୀ ନେବା ବେଳେ ସାମନ୍ତରାପୁର ଛକରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଠାରେ ଗାଡ଼ି ଓ ମୃତଦେହ ଛାଡ଼ି ପୁଅକୁ ଧରି କୋଲକାତା ଛୁ ମାରିଥିଲା ସଂଗ୍ରାମ ।

tanuja ତନୁଜାଙ୍କୁ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନର ସିସିଟିଭି ଫୁଟେଜ୍‌କୁ ଆଧାର କରି ଖୋଳତାଡ କରିଥିଲା ଲିଙ୍ଗରାଜ ଥାନା ପୋଲିସ । ସେହିପରି ମୁଣ୍ଡରେ ଶକ୍ତ ଆଘାତରୁ ତନୁଜାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ତେଣୁ ସଂଗ୍ରାମଙ୍କ ଉପରେ ବଢ଼ିଥିଲା ସନ୍ଦେହ । ମୋବାଇଲ ନମ୍ବରକୁ ଟ୍ରାକ୍‌ କରିବାରୁ ଫୋନ୍‌ ମିଳିଥିଲା ପ୍ରେମିକାଙ୍କ ପାଖରୁ । ତାକୁ ଗିରଫ କରିବା ପରେ ପୋଲିସ କବ୍‌ଜାକୁ ଆସିଥିଲା ସଂଗ୍ରାମ । ସଂଗ୍ରାମର ଏକାଧିକ ଯୁବତୀଙ୍କ ସହ ଥିଲା ସମ୍ପର୍କ । ଯାହାକୁ ନେଇ ତନୁଜାଙ୍କ ସହ ବିଭିନ୍ନ ସମୟରେ ତିକ୍ତତା ଲାଗି ରହୁଥିଲା ।

Leave A Reply

Your email address will not be published.