Below header

ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିପାରୁନି ବିଜେପି, ବାରମ୍ବାର ବସୁଛି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଭୁବନେଶ୍ବର : ପ୍ରାର୍ଥୀ ଚୂଡ଼ାନ୍ତ କରିପାରୁନାହିଁ ବିଜେପି । ବାରମ୍ବାର ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି । ବିଚାରବିମର୍ଶ ପରେ ବି ତାଲିକା ଚୂଡ଼ାନ୍ତ ହୋଇ ପାରୁନି । ଆଜି ପୁଣି ଥରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠବ ବସିବ । ଗତକାଲି ବସିଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ନିର୍ବାଚନ କମିଟି ସଦସ୍ୟ ଉପସ୍ଥିତ ଥିଲେ । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଏବଂ ଓଡ଼ିଶା ସମେତ ୧୦ଟି ରାଜ୍ୟର ପ୍ରାର୍ଥୀଙ୍କ ନାଁରେ ଚୂଡାନ୍ତ ମୋହର ବାଜିବ ।

ଏପଟେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରାର୍ଥୀ ତାଲିକା ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏବେ ବିଜେପି ଉପରେ ନଜର । ଦଳ କେଉଁ ଆସନରେ କାହାକୁ ପ୍ରାର୍ଥୀ କରିବ ? ନିଜ ଦଳର ନେତାଙ୍କ ଉପରେ ଅଧିକ ଭରସା କରିବ ନା ବାହାରୁ ଯାଇ ବିଜେପିରେ ମିଶିଥିବା ନେତାଙ୍କୁ ଥଇଥାନ କରିବାକୁ ସୁଯୋଗ ଦେବ ତା ଉପରେ ସମସ୍ତଙ୍କ ନଜର । ବିଳମ୍ବକୁ ନେଇ ରାଜ୍ୟର ବିଜେପି ନେତା ଆଶା ଆଶଙ୍କାରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.