Below header

ଆଜି ପଖାଳ ଦିବସ : ଓଡ଼ିଆ ଘରେ ନାନା ବ୍ୟଞ୍ଜନ ସାଙ୍ଗକୁ ନିଅନ୍ତୁ ଏହାର ମଜା

ଆଜି ପଖାଳ ଦିବସ । ଓଡ଼ିଆ ଘରେ ପଖାଳର ଆଦର ଖୁବ୍ ବେଶୀ । ପୁରୀ ଜିଲ୍ଳା ପିପିଲି ବ୍ଳକ ଦାଣ୍ଡମକୁନ୍ଦପୁର ଗାଁର ଶାନ୍ତି ସାହୁଙ୍କ ହାତ ରନ୍ଧା ପଖାଳର ମଜା ନିଆରା । ପ୍ରତିବର୍ଷ ପଖାଳ ଦିବସ ଆସିଲେ ପଖାଳ ଖାଇବାକୁ ତାଙ୍କ ଘରେ ସାହି ପଡ଼ିଶାଙ୍କ ଭିଡ଼ ଲାଗିଥାଏ ।
ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଖରା ଦିନେ ଏହାର ମଜା ନିଆରା । ଧୂ ଧୂ ଖରାରେ ତୁଣ୍ଡରେ ପଖାଳ ତୋରାଣି ଟିକେ ବାଜିଗଲେ ପେଟ ଥଣ୍ଡା ଓ ମନ ଶାନ୍ତି ହୋଇଯାଏ । ପିପିଲି ବ୍ଳକ ଦାଣ୍ଡମକୁନ୍ଦପୁର ଗାଁର ଶାନ୍ତି ସାହୁଙ୍କ ହାତ ତିଆରି ପଖାଳର ଖୁବ୍ ଆଦର ରହିଛି । ସେଥିପାଇଁ ତାଙ୍କୁ ଲୋକେ ପଖାଳ ମାଉସୀ ବୋଲି କହିଥାନ୍ତି । ସକାଳୁ ସକାଳୁ ପଖାଳ ତିଆରି ସାଙ୍ଗକୁ ନାନା ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି ଶାନ୍ତି ।

pakhala

ନଡିଆ, ଲେମ୍ବୁ, ଆମ୍ବ, କାକୁଡି, ପୁଦିନାପତ୍ର, ଭୃସୁଙ୍ଗା ପତ୍ର ଆଦି ୪୦ ପ୍ରକାରର ମସଲା ଦେଇ ପ୍ରସ୍ତୁତ ହୁଏ ଦହି ପଖାଳ । ଆଉ ତା ସାଙ୍ଗକୁ ଶାଗଭଜା, ବଡ଼ିଚୁରା ଓ ମାଛ ଭଜା ପଖାଳର ସ୍ୱାଦ ବହୁଗୁଣିତ କରିଥାଏ । ପ୍ରତିବର୍ଷ ପଖାଳ ଦିବସ ଆସିଲେ ପଖାଳ ମାଉସୀଙ୍କ ଘରେ ପଖାଳ ଖାଇବାକୁ ଭିଡ ଜମିଥାଏ । ସାଇ ପଡିଶା ଏକାଠି ବସି ପଖାଳର ମଜା ନିଅନ୍ତି । ଆମ ରାଜ୍ୟର ଏ ଖାଦ୍ୟ ପରମ୍ପରା ଧିରେ ଧିରେ ବିଶ୍ୱରେ ଆଦୃତ ହେବାରେ ଲାଗିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.