Below header

ଶେଷ ପର୍ଯ୍ୟାୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ, ଆଜିଠୁ ସହମତି ଭିତ୍ତିରେ ନିର୍ବାଚିତ ହେବେ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି

ଭୁବନେଶ୍ବର : ଶେଷ ପର୍ଯ୍ୟାୟରେ ବିଜେପିର ସାଙ୍ଗଠନିକ ନିର୍ବାଚନ । ଆରମ୍ଭ ହେବ ଜିଲ୍ଲା ସଭାପତି ନିର୍ବାଚନ । ସହମତି ଭିତ୍ତିରେ ନିର୍ବାଚିତ ହେବେ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି। ୧୫ରୁ ୧୭ ତାରିଖ ପଯ୍ୟର୍ନ୍ତ ବିଜେପିର ଚାଲିବ ଜିଲ୍ଲା ସଭାପତି ନିର୍ବାଚନ । ଜିଲ୍ଲା କମିଟି ରାଜ୍ୟକମିଟି ସହ ଆଲୋଚନା କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ଜିଲ୍ଲା ସଭାପତି କରାଯିବ । ଏହାପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ସଭାପତି ରେସରେ ଉପକୁଳ ଓଡିଶାରୁ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଓ ଉପସଭାପତି ସମୀର ମହାନ୍ତି ରେସରେ ଥିବା ବେଳେ ପଶ୍ଚିମ ଓଡିଶାରୁ ବରିଷ୍ଠ ବିଜେପି ନେତା କେ.ଭି ସିଂଦେଓ, ସାଂସଦ ସୁରେଶ ପୁଜାରୀ ଓ ଜୁଏଲ ଓରାମ ଦୌଡରେ ଅଛନ୍ତି ।

ଡିସେମ୍ବର ମାସ ଶେଷ ସପ୍ତାହରେ ଘୋଷଣା ହେବ ରାଜ୍ୟ ସଭାପତିଙ୍କ ନାମ । ୧୦୦୪ ମଣ୍ଡଳରୁ ୯୦୦ରୁ ଅଧିକ ମଣ୍ଡଳରେ ନିର୍ବାଚନ ସରିଛି । ହେଲେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ମଣ୍ଡଳ ସଭାପତି ନିର୍ବାଚନ ହୋଇପାରୁନାହିଁ ।ରାଜ୍ୟର ରାଜନୈତିକ କେନ୍ଦ୍ର ସ୍ଥଳ ଭୁବନେଶ୍ୱରରେ ଅଧାରୁ ଅଟକିଛି ନିର୍ବାଚନ । ଜିଲ୍ଲା ସଭାପତି ହରେକୃଷ୍ନ ଖୁଣ୍ଟା ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହି ନିର୍ବାଚନ ଅଧାରେ ଅଟକି ରହିଛି । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.