ଭେଜିଟେବୁଲ୍‌ ଅଏଲ୍‌ରେ ଚାଲିବ ଡିଜେଲ୍‌ ଜେନେରେଟର, ୧୦ ବର୍ଷ ପରେ ହେଲା ବ୍ୟବହାରଯୋଗ୍ୟ

MNIT ପ୍ରଫେସରମାନେ ଏକ ନୂଆ ଟେକ୍ନୋଲୋଜି ଆବିଷ୍କାର କରିଛନ୍ତି, ଯେଉଁଥିରେ ଭେଜିଟେବୁଲ୍‌ ଅଏଲ୍‌ ଦ୍ୱାରା ଡିଜେଲ୍‌ ଜେନେରେଟର ଚଲାଯାଇପାରିବ। ପ୍ରଫେସରମାନେ ଏହି ଡିଜେଲ୍‌ ଇଞ୍ଜିନକୁ ବାଇକ୍‌ ଚଲାଇବା ଉପରେ ରିସର୍ଚ୍ଚ କରିଥିଲେ। କିନ୍ତୁ ଏହାର ବ୍ୟବହାର ୧୦ ବର୍ଷ ପରେ ହୋଇଛି। କାରଣ, ଏବେ ଡିଜେଲ୍‌ ବାଇକ୍‌ ଚାଲୁନାହିଁ। ଏମିତିରେ ଏହି ଟେକ୍ନୋଲୋଜିର ବ୍ୟବହାର ଡିଜେଲରେ ଚାଲୁଥିବା ଇଞ୍ଜିନ୍‌ ଏବଂ ଜେନେରେଟରରେ କରାଯାଇପାରିବ।

ପ୍ରଫେସରମାନେ ଦାବି କରିଛନ୍ତି ଯେ ଡିଜେଲ ତୁଳନାରେ ଏହା ୩୦% ପଯ୍ୟର୍ନ୍ତ ଶସ୍ତା ହେବ। ଇଞ୍ଜିନ୍‌ ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ। ଧୂଅାଁ ସହିତ କାର୍ବନ୍‌ ଫୁଟ୍‌ ପ୍ରିଣ୍ଟ୍‌ ମଧ୍ୟ ବଢ଼ିବ ନାହିଁ।

oil2

MNITର ମେକାନିକାଲ୍‌ ଇଞ୍ଜିନିୟରିଂର ହେଡ୍‌ ପ୍ର. ଦିଲ୍ଲୀପ ଶର୍ମା ଓ ଏନ୍‌ଆଇଟି ଉତ୍ତରାଖଣ୍ଡର ଡାଇରେକ୍ଟର ପ୍ର. ଏସ୍‌ ଏଲ୍‌ ସୋନି, କମଲ ଖତ୍ରୀ ଏବଂ ଟିମ୍‌ ୨୦୦୯ରେ ଡିପାର୍ଟମେଣ୍ଟ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଜରିଆରେ ଇଣ୍ଡିଆନ୍‌ ପେଟେଣ୍ଟ ଅଫିସ୍‌କୁ ଏହି ଟେକ୍ନୋଲୋଜିର ସାମ୍ପୁଲ୍‌ ପଠାଇଥିଲେ, ଯାହାକୁ ଏବେ ମଞ୍ଜୁରି ମିଳିଛି।

ଏମିତି କରାଯାଇଛି ପ୍ରୟୋଗ

• ବାଇକ୍‌ରେ ଡିଜେଲ୍‌ ଟାଙ୍କି ପାଖରେ ଆଉ ଏକ ଟ୍ୟାଙ୍କି ଲଗାଯାଇଛି, ଯେଉଁଥିରେ ଭେଜିଟେବୁଲ୍‌ ଅଏଲ୍‌(ନନ୍‌ ଏଡିବଲ୍‌) ପକାଯାଇଛି।

• ଦୁଇଟି ଯାକ ଟାଙ୍କିର ପାଇପ୍‌ ପାଖରେ ଫୁଏଲ୍‌ ଚେଞ୍ଜର ଲଗାଯାଇଛି।

• ବାଇକ୍‌ର ସାଇଲେନ୍ସରରେ ହିଟ୍‌ ଏକ୍ସଚେଞ୍ଜର ଲଗାଯାଇଛି।

• ବାଇକ୍‌କୁ ଡିଜେଲ୍‌ ମୋଡ୍‌କୁ ନେଇ ଷ୍ଟାର୍ଟ କରାଯାଇଥାଏ। ପୁଣି ଫୁଏଲ୍‌ ଚେଞ୍ଜର ଦ୍ୱାରା ନନ୍‌ ଏଡିବଲ୍‌ ଅଏଲ୍‌ରେ ବାଇକ୍‌ ଚାଲିଥାଏ।

oil3

• ଏହି ଅଏଲ୍‌କୁ ଚେଞ୍ଜରରୁ ସାଇଲେନ୍ସର ଯାଏ ପହଞ୍ଚାଯାଇଥାଏ।

• ସାଇଲେନ୍ସରରୁ ତେଲ ଗରମ ହୋଇ ଇଞ୍ଜିନ ପଯ୍ୟର୍ନ୍ତ ପହଞ୍ଚିଥାଏ।

• ଏହି ସିଷ୍ଟମ୍‌ରେ ୪ଟି ପରିବର୍ତ୍ତନ କରାଯାଇଛି। ଅଏଲ୍‌ ପାଇଁ ଟାଙ୍କି, ଫୁଏଲ୍‌ ଚେଞ୍ଜର ଭଲ୍‌ବ, ସାଇଲେନ୍ସରରେ ହିଟ୍‌ ଏକ୍ସଚେଞ୍ଜର ଏବଂ ଏକ ବ୍ଲେଡ୍‌ ଲଗାଯାଇଛି। ଏ ସବୁର ପାଇଁ ପାଖାପାଖି ୧୫୦୦ ଟଙ୍କା ଖର୍ଚ୍ଚ ହୋଇଛି।

ପ୍ର. ଦିଲ୍ଲୀପ ଶର୍ମା କହିଛନ୍ତି, ଚାଷ ଜମି କିମ୍ବା ଅନ୍ୟ ଜାଗାରେ ଡିଜେଲ୍‌ ଇଞ୍ଜିନରେ ଏହି ଟେକ୍ନୋଲୋଜି କାମରେ ଆସିପାରିବ। କୃଷକ ଏବଂ ଟେକ୍ନୋଲୋଜି ଉପରେ କାମ କରିବା ପାଇଁ ଲୋକଙ୍କୁ ଆମେ ନିଃଶୁଳ୍କ ସାହାଯ୍ୟ କରିବୁ।

ପ୍ର. ଏସ୍‌ ଏଲ୍‌ ସୋନି କୁହନ୍ତି, ବାୟୋ ଡିଜେଲ୍‌ ତିଆରି ନ କରି ସାଇଲେନ୍ସର ଦ୍ୱାରା ଏହି ଫୁଏଲ୍‌କୁ ଗରମ କରି କାମରେ ଲଗାଯାଇପାରିବ। ଡିଜେଲ୍‌ ଇଞ୍ଜିନ୍‌ରେ ଏହି ଟେକ୍ନୋଲୋଜି କାମରେ ଆସିବ। ୧୦ ବର୍ଷ ପରେ ଏହାକୁ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି।