Below header

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶାବର ଶ୍ରୀକ୍ଷେତ୍ରର କଳାଜିରା ଚାଉଳ, ଶ୍ରୀମନ୍ଦିରରେ ଲାଗି ହେବ ଭୋଗ

ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶାବର ଶ୍ରୀକ୍ଷେତ୍ରର କଳାଜିରା ଚାଉଳ। କଳାଜିରା ଚାଉଳର ଭୋଗ ଶ୍ରୀମନ୍ଦିରରେ ଲାଗି ହେବ।

ପୁରୀ : black cumin କୋରାପୁଟରୁ ୨୦ ଜଣ ଚାଷୀ ଏକ କୁଇଣ୍ଟାଲ କଳା ଜିରା ଚାଉଳ ଆଣି ଶ୍ରୀମନ୍ଦିର ପ୍ରଶାସନର ଜିମା ଦେଇଛନ୍ତି। ଜୈବିକ ଶ୍ରୀ କୃଷକ ଉତ୍ପାଦକ ଲିମିଟେଡ କମ୍ପାନୀ ସହ ସାବରମତୀ ଶ୍ରଦ୍ଧା ଓ ଭକ୍ତିର ସହ ଏହି କଳା ଜିରା ଚାଉଳ ନେଇ ଆସିଛନ୍ତି। ନିକଟରେ କୋରାପୁଟରେ ଉତ୍ପାଦିତ ଏହି କଳା ଜିରା ଚାଉଳକୁ ମିଳିଛି ଜିଆଇ ଟ୍ୟାଗ।

କଳା ଜିରା ଚାଉଳକୁ ଜିଆଇ ଟ୍ୟାଗ୍ ମିଳିବା ପରେ ସେଠାକାର ଚାଷୀ ବେଶ୍ ଖୁସି ,ଶ୍ରଦ୍ଧା ଓ ଭକ୍ତିର ସହ ଏକ କୁଇଣ୍ଟାଲ ଚାଉଳ ଧରି ମହାପ୍ରଭୁଙ୍କ ପାଇଁ ଆଣି ଆସୁଛନ୍ତି। ଗୋଟିଏ ଏକର ଜମିରେ ପ୍ରାୟ ୭-୮ କୁଇଣ୍ଟାଲ ଚାଉଳ ହୋଇଥାଏ। ଏହି ଚାଉଳ ହେବା ପାଇଁ ୧୪୫ ଦିନ ସମୟ ଲାଗିଥାଏ। କଳା ଜିରା ଚାଉଳରେ ଖେଚୁଡ଼ି ଓ ଖିରି ପ୍ରସ୍ତୁତ ହୋଇଥାଏ।ପାହାଡିଆ ଅଞ୍ଚଳ କୋରାପୁଟରେ ଭୌଗୋଳିକ ପରିବେଶ ଓ ଜଳବାୟୁ ଏହି ଚାଷ ପାଇଁ ପ୍ରକୃଷ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.