ବାପାଙ୍କ ସ୍ୱପ୍ନ ପୂରଣ କଲା ଝିଅ, ନ୍ୟାସନାଲ ଟିମରେ ବ୍ୟାଡମିଣ୍ଟନ ଖେଳିବା ପାଇଁ ହେଲେ ଚୟନ

ମୁଁ ମୋ ବାପାଙ୍କ ସ୍ୱପ୍ନ ପୁରା କରିବି, ବାପାଙ୍କ ଝିଅ ହେଲେବି ପୁଅପରି ତାଙ୍କ ନାଁ ରୋଶନ କରିବି ଏହାଥିଲା ଜଣେ ଝିଅଙ୍କ କଥା । ଖାଲି କଥାରେ ନୁହେଁ କାମରେ ମଧ୍ୟ କରିଦେଖାଇଛନ୍ତି ପାଟଣାଗଡ଼ର ଝିଅ ସାମ୍ପ୍ରଦା ମହାନ୍ତି । ପାଟଣାଗଡ଼ ଏନଏସି ଲାଇନପଡା ମୁନା ମହାନ୍ତି ଓ ଦୀପ୍ତି ମହାନ୍ତିଙ୍କ ସାନଝିଅ ସାମ୍ପ୍ରଦା ମହାନ୍ତି ।

ମୁଁ ମୋ ବାପାଙ୍କ ସ୍ୱପ୍ନ ପୁରା କରିବି, ବାପାଙ୍କ ଝିଅ ହେଲେବି ପୁଅପରି ତାଙ୍କ ନାଁ ରୋଶନ କରିବି ଏହାଥିଲା ଜଣେ ଝିଅଙ୍କ କଥା । ଖାଲି କଥାରେ ନୁହେଁ କାମରେ ମଧ୍ୟ କରିଦେଖାଇଛନ୍ତି ପାଟଣାଗଡ଼ର ଝିଅ ସମ୍ପ୍ରଦା ମହାନ୍ତି । ପାଟଣାଗଡ଼ ଏନଏସି ଲାଇନପଡା ମୁନା ମହାନ୍ତି ଓ ଦୀପ୍ତି ମହାନ୍ତିଙ୍କ ସାନଝିଅ ସମ୍ପ୍ରଦା ମହାନ୍ତି । ବାପା ମୁନା ମହାନ୍ତି ଜଣେ କ୍ରୀଡ଼ାବିତ ଏବଂ ବ୍ୟାଡମିଣ୍ଟନ ପ୍ରତି ତାଙ୍କର ଥିଲା ଦୁର୍ବଳତା, ହେଲେ ପାରିବାରିକ ଜଞ୍ଜାଳ ମଧ୍ୟରେ ତାଙ୍କ ପ୍ରତିଭା କେବଳ ଜିଲ୍ଲାସ୍ତରରେ ସୀମିତ ରହି ଯାଇଥିବା ବେଳେ ତାଙ୍କ ସ୍ୱପ୍ନ ଥିଲା ସେ ନହେଲେ ନାହିଁ ତାଙ୍କର ଉତ୍ତରାଧିକାରୀଙ୍କୁ ସେ ଜଣେ ଭଲ ଖେଳାଳି କରିବେ ।

ଛୋଟବେଳୁ ହିଁ ତାଙ୍କ ସାନଝିଅ ସମ୍ପ୍ରଦାଙ୍କ ପାଖାରେ ବ୍ୟାଡମିଣ୍ଟନ ପ୍ରତି ଆଗ୍ରହ ଦେଖି ତାଙ୍କୁ ଖୁବ ଭଲରେ ଖେଳ ଶିଖାଇଥିଲେ ତାଙ୍କ ବାପା । ଆଉ ଆଜି ସେ ୧୭ ବର୍ଷରୁ କମ ବୟସରେ ଜାତୀୟ ସ୍ତରରେ ବ୍ୟାଡମିଣ୍ଟନ ଖେଳିବା ପାଇଁ ଚୟନ ହୋଇଛନ୍ତି । ସମ୍ପ୍ରଦା ମହାନ୍ତି ପାଟଣାଗଡ଼ ଲାୟନ ପବ୍ଲିକ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ । ଭଲ ପାଠ ପଢିବା ସହିତ ଖେଳକୁଦରେ ବେଶ ସୁନାମ ଅର୍ଜନ କରିବା ସହିତ ଅନେକ ମେଡାଲ ଓ ପୁରସ୍କାରର ଅଧିକାରିଣୀ ସମ୍ପ୍ରଦା । ସମ୍ପ୍ରଦା ମହାନ୍ତି ଖାଲି ପାଠପଢା ବା ଖେଳକୁଦରେ ନୁହେଁ ଘରେ ଗୋଟିଏ ଛୋଟ ବଗିଚା କରି ଅବସର ସମୟରେ ଗଛରେ ପାଣି ଦେବା ରୋଷେଇରେ ମା’ଙ୍କୁ ସାହାଯ୍ୟ କରିବା, ସାଙ୍ଗମାନଙ୍କ ସହ ବୁଲାବୁଲି କରିବା ତାଙ୍କର ରୁଚି ।

ବାପାଙ୍କ ଠାରୁ ବ୍ୟାଡମିଣ୍ଟନ ଶିଖି ବର୍ତ୍ତମାନ ୧୭ ବର୍ଷରୁ କମ ବୟସରେ ବ୍ୟାଟମିଣ୍ଟନ ପାଇଁ ସିଲେକ୍ଟ ହୋଇଥିବାବେଳେ ପାଟଣାଗଡ଼ରେ ଇଣ୍ଡୋର ଷ୍ଟାଡିଅମ ଦୂର ହେଉଥିବାରୁ ପ୍ରାକ୍ଟିସ ପାଇଁ ଅସୁବିଧା ଖୁବ ଅସୁବିଧା ହେଉଛି ତେଣୁ ଟାଉନ ଭିତରେ ଗୋଟିଏ ଇଣ୍ଡୋର ଷ୍ଟାଡିଅମ ପାଇଁ ଅନୁରୋଧ କରିଛନ୍ତି ସମ୍ପ୍ରଦା ମହାନ୍ତି । ସମ୍ପ୍ରଦା ମହାନ୍ତି ୧୭ ବର୍ଷରୁ କମ ବୟସରେ ଜାତୀୟସ୍ତରରେ ଖେଳିବା ପାଇଁ ସିଲେକ୍ଟ ହେବା ଅଞ୍ଚଳପାଇଁ ଏକ ଗର୍ବର ବିଷୟ ହେଉଥିବା ବେଳେ ନିଜ ଝିଅ ପାଇଁ ଖୁବ ଗର୍ବିତ ମା ବାପା ଏବଂ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.