ପ୍ରଥମେ ଆସି ଭଲ ବନ୍ଧୁ ଭଳି କଥା ହେଲା ତାପରେ ପୁଅକୁ କୋଳରୁ ଉଠାଇ ନେଇ ଚାଲିଗଲା

ପୁଅକୁ ମାଆ କୋଳରୁ ହିଁ ନେଇ ଚାଲିଯାଇଛି ଜଣେ ମହିଳା । ଏବେ ନା ସେ ମହିଳାର ପତ୍ତା ମିଳୁଛି ନା ପୁଅର ପତ୍ତା ମିଳୁଛି । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗତକାଲି ଅପରାହ୍ନରେ ଜଣେ ବର୍ଷକର ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ମୋ ପୁଅକୁ ମୋତେ ଦିଅ । କିଏ ଲୋ ମୋ ପୁଅକୁ ନେଇଗଲା । ମୁଁ ବାୟାଣୀ ମୁଣ୍ଡରେ କଣ ବୁଦ୍ଧି ଆସିଲା କେଜାଣି କାହିଁକି ମୋ ପୁଅକୁ ତାକୁ ଧରିବାକୁ ଦଉଥିଲି । ଏବେ ମୁଁ କଣ କରିବି । ମୋ ପୁଅକୁ ମୋତେ ଦିଅ ଲୋ । ମୋ ପୁଅକୁ ଛାଡିକି କେମିତି ବଞ୍ଚିବି । ମାଆ ଆଖିରୁ ବହି ଯାଉଛି ଧାର ଧାର ଲୁହ । କଥା କହିପାରୁନି ମାଆ କାନ୍ଦି କାନ୍ଦି ପାଟି ଖନି ମାରିଗଲାଣି । ପୁଅ ବିନା ଯେମିତି ପାଗେଳି ହେଇଗଲାଣି ଏ ମାଆ । ପୁଅକୁ ତାର ଚକ୍ରାନ୍ତ କରି ମାଆ କୋଳରୁ ନେଇ ଯାଇଛନ୍ତି । ଏ ନିରୀହ ମାଆଟି ଏବେ କୋଳଶୂନ୍ୟ ହୋଇ ଝୁରୁଛି ପୁଅକୁ ।

ଆଜ୍ଞା ହଁ ଆପଣ ଯାହା ଶୁଣୁଛନ୍ତି ଠିକ୍‌ ଶୁଣୁଛନ୍ତି ପୁଅକୁ ମାଆ କୋଳରୁ ହିଁ ନେଇ ଚାଲିଯାଇଛି ଜଣେ ମହିଳା । ଏବେ ନା ସେ ମହିଳାର ପତ୍ତା ମିଳୁଛି ନା ପୁଅର ପତ୍ତା ମିଳୁଛି । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗତକାଲି ଅପରାହ୍ନରେ ଜଣେ ବର୍ଷକର ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ସୋର ପୌରପାଳିକା ଅନ୍ତର୍ଗତ ଢିପାସାହି ଗାଁର ପ୍ରତିମା ମୁର୍ମୁ ତାଙ୍କର ୧ ବର୍ଷର ଶିଶୁପୁତ୍ର ଏବଂ ତାଙ୍କ ଭଉଣୀ ଜଣେ ଓକିଲଙ୍କ ସହିତ ଡାକ୍ତରଖାନାକୁ ତାଙ୍କ ବଡ଼ ମାଆଙ୍କ ମୃତ୍ୟୁ ସାର୍ଟିଫିକେଟ ଆଣିବାକୁ ଯାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଓକିଲ ଜଣଙ୍କ ତାଙ୍କ ଶିଶୁପୁତ୍ରକୁ ଜଣେ ମହିଳାଙ୍କୁ ଧରିବାକୁ ଦେବା ପାଇଁ କହିଥିଲେ।

ଏଥିରେ ପ୍ରତିମା ରାଜି ନ ହେବାରୁ ଓକିଲ ଜଣଙ୍କ ତାଙ୍କୁ ଦେବା ପାଇଁ ବାଧ୍ୟ କରାଇଥିଲେ। ଫଳରେ ପ୍ରତିମା ଶିଶୁପୁତ୍ରଙ୍କୁ ମହିଳା ଜଣଙ୍କୁ ଦେଇ ଓକିଲଙ୍କ ସହ ଡାକ୍ତରଖାନାର ଉପର ମହଲାକୁ ସାର୍ଟିଫିକେଟ ଆଣିବାକୁ ଚାଲି ଯାଇଥିଲେ। ସେଠାରୁ ଫେରିବା ପରେ ପ୍ରତିମା ଶିଶୁପୁତ୍ର ସହ ଉକ୍ତ ମହିଳାଙ୍କୁ ସେଠାରେ ନ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା, ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସୋର ପୋଲିସ ବିଳମ୍ବିତ ରାତିରେ ଶିଶୁପୁତ୍ର ଟିକୁ ପୋଲିସ ଉଧାର କରିଛି ।

ତେଣୁ ଏସବୁ ହେଉଛି ସଚେତନତା ଅଭାବ ପାଇଁ । ବହୁତ ଆଡେ ଏମିତି ଅଜଣା ଅଚିହ୍ନା ଲୋକ ଛଦ୍ମବେଶରେ ବୁଲୁଛନ୍ତି । ଏମାନଙ୍କ ପ୍ରତି ଆପଣଙ୍କୁ ଯଥେଷ୍ଟ ସତର୍କ ରହିବା ଉଚିତ । ଆଉ ନିଜ ପିଲାକୁ କେମିତି କାହାକୁ ଦେଇପାରୁଛ ନିଜ ପରିବାର ବ୍ୟତୀତ ଅନ୍ୟ କାହାରିକୁ ବି ବିଶ୍ୱାସ କରନ୍ତୁନାହିଁ । ଆମର ଏ ଖବର ପ୍ରସାରଣ ପରେ ତ ନିଶ୍ଚିତ ସତର୍କ ହେଇଯାନ୍ତୁ ।