ବୟସର ଅପରାହ୍ନରେ ପହଞ୍ଚିଲେଣି ସ୍ୱାମୀ ସ୍ତ୍ରୀ, ହେଲେ ବର୍ଷ ବର୍ଷଧରି ଭଙ୍ଗା କୁଡିଆ ଚାଳ ଘରେ ବିତୁଛି ଜୀବନ
ବୟସର ଅପରାହ୍ନରେ ପହଞ୍ଚିଲେଣି ସ୍ୱାମୀ ସ୍ତ୍ରୀ , ହେଲେ ବର୍ଷ ବର୍ଷଧରି ଭଙ୍ଗା କୁଡିଆ ଚାଳ ଘରେ ବିତୁଛି ଜୀବନ। " ଆବାସ ଯୋଜନା" ସହ ବାର୍ଦ୍ଧକ୍ୟ ଭତ୍ତା ଏମାନଙ୍କ ପାଇଁ ସତେ ଯେମିତି ସାତସପନ। ଏ ପରିବାରର ଦୃଶ୍ୟ ହିଁ ବୟାନ କରୁଛି ବିକାଶର ବିକଳ ଚିତ୍ର । ବୃଦ୍ଧା ବୟସରେ କାଁ ଭାଁ ରୋଜଗାରରେ ଚାଲିଛି ସୁଖ ଦୁଃଖ ର ସଂସାର।

ଆଠଗଡ (କେନ୍ୟୁଜ): ମାଉସୀ କହୁ କହୁ କେମିତି କାନ୍ଦି ପକାଉଛନ୍ତି । କଣ କରିବେ ବା ସେ କୋହ କଣ ସମ୍ଭାଳି ହେଉଛି । ଦାରିଦ୍ର୍ୟ ଏମିତି ତାଙ୍କୁ ମାରୁଛି ଯେ ସେ ହୋଇଯାଇଛନ୍ତି ଉପାୟଶୂନ୍ୟ । ଦେଖନ୍ତୁ ଏ ଘରକୁ ,ଘର ନୁହେଁ ତ ଗୁହାଳ। ଯେଉଁ ଘରେ ପଶୁ ରହିବାକୁ ରାଜି ହେବେନି ସେ ଘରେ ରହୁଛି ମଣିଷ। ଦିନ ବେଳା ଯାହା ଯେମିତି ରହି ଯାଉଛନ୍ତି ହେଲେ ସଞ୍ଜ ହେଲେ ସ୍ଥିତି ପୁରା ସଙ୍ଗୀନ। କେତେବେଳେ ଘର ଭିତର ସାପ ପଶି ଯାଉଛି ତ ଆଉ କେତେବେଳେ ବିଛା । କେତେବେଳେ କେଉଁ ଅଘଟଣ ଘଟିବ ତାହା କାହାକୁ ବି ଜଣା ନାହିଁ କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ରହୁଛନ୍ତି ବୃଦ୍ଧା ପରିବାର । ଏ ପରିବାର ଦୁଃଖ ଯିଏ ଦେଖିବ ତା ଆଖିରେ ଲୁହ ଆସିଯିବ। ଘରର ନା କାନ୍ଥ ଅଛି ନା ପକ୍କା ପିଣ୍ଡା। ଘର ଭିତରେ ରହିଲେ ବି ଦିନରେ ସୂର୍ଯ୍ୟ ରାତିରେ ଦିଶୁଛି ଚନ୍ଦ୍ର । ବର୍ଷା ଦିନ ଆସିଗଲେ ତ କଥା ସାରିଲା । ୟା ତା ଓଳି ତଳେ କଷ୍ଟେ ମଷ୍ଟେ ରହିବା ବ୍ୟତୀତ ଅନ୍ୟକିଛି ଉପାୟ ନାହିଁ, ଓଳିଏ ଖାଇଲେ ଓଳିଏ ଉପବାସ, ମାସେ କି ଦୁଇ ମାସେ ନୁହେଁ ବରଂ ବର୍ଷ ବର୍ଷ ଧରି ଏଭଳି କଷ୍ଟରେ ରହୁଛନ୍ତି ବେଣୁଧର ନାଏକଙ୍କ ପରିବାର।
ବୟସର ଅପରାହ୍ନରେ ପହଞ୍ଚିଲେଣି ସ୍ୱାମୀ ସ୍ତ୍ରୀ , ହେଲେ ବର୍ଷ ବର୍ଷଧରି ଭଙ୍ଗା କୁଡିଆ ଚାଳ ଘରେ ବିତୁଛି ଜୀବନ। ” ଆବାସ ଯୋଜନା” ସହ ବାର୍ଦ୍ଧକ୍ୟ ଭତ୍ତା ଏମାନଙ୍କ ପାଇଁ ସତେ ଯେମିତି ସାତସପନ। ଏ ପରିବାରର ଦୃଶ୍ୟ ହିଁ ବୟାନ କରୁଛି ବିକାଶର ବିକଳ ଚିତ୍ର । ବୃଦ୍ଧା ବୟସରେ କାଁ ଭାଁ ରୋଜଗାରରେ ଚାଲିଛି ସୁଖ ଦୁଃଖ ର ସଂସାର। ଆଠଗଡ ବ୍ଲକ ଗୋବରା ପଞ୍ଚାୟତର ବେଣୁଧର ନାଏକଙ୍କ ପରିବାର ଦୁଃଖ କେବେ ସରିବ। ସରକାରୀ ସହାୟତା କହିଲେ ରାସନ କାର୍ଡରେ ମିଳୁଥିବା ୧୦ କେଜି ଚାଉଳ। ମୁଣ୍ଡ ଉପରେ ଛାତଟିଏ ପାଇଁ ଯେତେ ହାରି ଗୁହାରି ହେଲେ ମଧ୍ୟ କେହି ଶୁଣୁ ନାହାଁନ୍ତି ତାଙ୍କ ଗୁହାରୀ । ଆର୍ଥିକ ଭାବେ ସ୍ୱଚ୍ଛଳ ନଥିବା ସତ୍ତ୍ୱେ ଆବାସ ଘର ଖଣ୍ଡେ ଲାଗି ବାରମ୍ବାର ଗୁହାରୀ କରୁଥିବା ପରେବି ତାଙ୍କ କଥା ଶୁଣିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ।
ଏ ଦୃଶ୍ୟ ଦେଖିବା ପରେ ବିଶ୍ବାସ ହେବନି କି ଏ ଘରେ ମଣିଷ ରହୁଚି ବୋଲି । ଭଙ୍ଗା ଦଦରା ଘରେ ଦିନରେ ଖରା ସହ ରାତିରେ ତାରା ଦେଖାଯାଉଛି । ପରିବାର କହିଲେ ବୃଦ୍ଧା ଦମ୍ପତି । ଭଙ୍ଗା ତାଟି ଦୁଇ ଖଣ୍ଡ ଘର ନୁହେଁ ତ ଗାଈ ଗୁହାଳ କହିଲେ ବୋଧହୁଏ ଭୁଲ୍ ହେବନି । ବର୍ଷା ଦିନ କଥା ତ ନ କହିବା ଭଲ । କାନ୍ଥରୁ ମାଟି ଖସି ଝଡ଼ି ପଡ଼ିଲାଣି । ହେଲେବି ଏମିତି ଦୁର୍ଦ୍ଦିନ ଅବସ୍ତାରେ ରହୁଛନ୍ତି ଏମାନେ । ବେଣୁଧର ନାଏକ ଙ୍କ ଦୁଃଖଦ ଅବସ୍ଥାର ବିଷୟରେ ଆମେ ଆଠଗଡ଼ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିଥିଲୁ । ବୃଦ୍ଧା ଦମ୍ପତି ଙ୍କ ସମସ୍ତ କଥା ଶୁଣିବା ପରେ ସେ ପ୍ରତିଶ୍ରୁତି ଦେଇଛନ୍ତି ଏହାର ତାଦାରଖ କରିବା ସହିତ ଯଥା ଶୀଘ୍ର ନିୟମ ଅନୁଯାୟୀ ବେଣୁଧର ନାଏକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ।
ବେଣୁଧର ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସବୁଠି ଗୁହାରୀ କରିଛନ୍ତି ହେଲେ ଫଳ ଶୂନ । କେବେ ଏହି ପରିବାରର ଦୁଃଖ କେବେ ସରିବ । କେବେ ଏମାନଙ୍କ ଦୁଃଖ ଶୁଣୁଛନ୍ତି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା । ଆଶା କରିବୁ ଯେ ପ୍ରଶାସନ ଶୀଘ୍ର ଏ ଅସହାୟ ଦମ୍ପତିଙ୍କ ଦୁଃଖ ଦୂର କରନ୍ତୁ ।