Below header

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ରେଳମନ୍ତ୍ରୀ ଆଣିଲେ ଖୁସି ଖବର, ଏବେ ଟ୍ରେନରେ ୱେଟିଂ ଟିକେଟ୍‌ ଝିନଝଟ୍‌ ଶେଷ

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରୀବାହୀ ଟ୍ରେନରେ ୱେଟିଂ ଲିଷ୍ଟ ସମସ୍ୟାର ଅନ୍ତ ହେବାକୁ ଯାଉଛି ବୋଲି କହିଛନ୍ତି । ସେ କହିଛନ୍ତି ଅନ୍ତରୀଣ ବଜେଟରେ ଘୋଷଣା ହୋଇଥିବା ୩ ମଲ୍ଟି ମଡେଲ୍ ଇକୋନୋମିକ୍ କରିଡର ନିର୍ମାଣ ହୋଇଯିବା ପରେ ଯାତ୍ରୀଙ୍କ ୱେଟିଂ ଲିଷ୍ଟ ବ୍ୟବସ୍ଥାର ଅନ୍ତ ଘଟିବ । ଆଉ ଏହି କାମ ଆଗାମୀ ୫ ବର୍ଷ ମଧ୍ୟରେ ସଂପନ୍ନ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ।

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ରେଳମନ୍ତ୍ରୀ ଆଣିଲେ ଖୁସି ଖବର । ବିଶେଷ କରି ସେହିମାନେ ଏହି ଖବର ଶୁଣି ଖୁସି ହେବେ ବହୁତ ଯେଉଁମାନେ ବାରମ୍ବାର ୱେଟିଂ ଟିକେଟ ପାଇଁ ହଇରାଣ ହେଉଛନ୍ତି । ହଁ ଆଜ୍ଞା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରୀବାହୀ ଟ୍ରେନରେ ୱେଟିଂ ଲିଷ୍ଟ ସମସ୍ୟାର ଅନ୍ତ ହେବାକୁ ଯାଉଛି ବୋଲି କହିଛନ୍ତି । ସେ କହିଛନ୍ତି ଅନ୍ତରୀଣ ବଜେଟରେ ଘୋଷଣା ହୋଇଥିବା ୩ ମଲ୍ଟି ମଡେଲ୍ ଇକୋନୋମିକ୍ କରିଡର ନିର୍ମାଣ ହୋଇଯିବା ପରେ ଯାତ୍ରୀଙ୍କ ୱେଟିଂ ଲିଷ୍ଟ ବ୍ୟବସ୍ଥାର ଅନ୍ତ ଘଟିବ । ଆଉ ଏହି କାମ ଆଗାମୀ ୫ ବର୍ଷ ମଧ୍ୟରେ ସଂପନ୍ନ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ।

ତେବେ କହିବାକୁ ଚାହିଁବୁ ଯେ ବର୍ଷ ୨୦୨୪-୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ଟି ନୂଆ ପ୍ରମୁଖ ରେଲୱେ କରିଡର କାର୍ଯ୍ୟକ୍ରମକୁ ନେଇ ଘୋଷଣା କରିଛନ୍ତି । ଯେଉଁଥିରେ ରହିଛି ଉର୍ଜା, ଖଣିଜ ଓ ସିମେଣ୍ଟ କରିଡର, ପୋର୍ଟ କନେକ୍ଟିଭିଟି କରିଡର ଓ ହାଇ ଟ୍ରାଫିକ୍ ଡେନସିଟି କରିଡର ସାମିଲ ରହିଛି ।

ବୈଷ୍ଣବ କହିଛନ୍ତି ବଜେଟ୍ ଘୋଷଣାରେ ଅତିରିକ୍ତ କ୍ଷମତା ନିର୍ମାଣ ଉପରେ ବଡ ଧ୍ୟାନ ଦିଆଯାଇଛି । ସେ କହିଛନ୍ତି ନେଟୱାର୍କ କ୍ଷମତାକୁ ଏପରି ଭାବରେ ସୁଦୃଢ କରାଯିବ ଫଳରେ ଟିକେଟ୍ ୱେଟିଂ ଲିଷ୍ଟ ସମସ୍ୟା ୨୦୩୦-୩୧ ସୁଦ୍ଧା ଦୂର ହୋଇଯିବ ।

ଚଳିତ ବର୍ଷ ଯୋଡି ହେବ ୫,୫୦୦୦ କିମି ନୂଆ ଟ୍ରାକ୍‌

ବୈଷ୍ଣବ କହିଛନ୍ତି ଆଗାମୀ ୬ରୁ ୮ ବର୍ଷ ମଧ୍ୟରେ ପ୍ରାୟ ୪୦,୦୦୦କିଲୋମିଟର ନୂଆ ରେଳ ଟ୍ରାକ୍ ବିଛାଯିବ । ଏହାଦ୍ୱାରା ରେଲୱେ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ । ସେ କହିଛନ୍ତି ୨୦୨୪-୨୫ ଲାଗି ରେଲୱେକୁ ମୋଟ ବଜେଟ୍ ଆବଣ୍ଟନ ୨.୫୨ଲକ୍ଷ କୋଟି ରହିଛି ଯାହା କ୍ଷମତା ବୃଦ୍ଧି, ଭିତ୍ତିଭୂମି ଢାଞ୍ଚାରେ ପରିବର୍ତ୍ତନ, ଯାତ୍ରୀଙ୍କ ଅନୁଭବରେ ସୁଧାର ଆଣିବାରେ ସହଯୋଗ କରିବ ।

ବୈଷ୍ଣବ ଜଣାଇଛନ୍ତି ଯେ ଗତବର୍ଷ ରେଲେଓ୍ଵ ୫,୨୦୦ କିଲୋମିଟର ନୂଆ ଟ୍ରାକ୍‌ ଯୋଡିଛି। ଯାହା ସ୍ୱିଜରଲ୍ୟାଣ୍ଡର ପୂରା ନେଟଓ୍ଵାର୍କର ବରାବର ହେବ । ସେହିପରି ଚଳିତ ବର୍ଷ ୫,୫୦୦ କିଲୋମିଟର ଯୋଡାଯିବ ନୂଆ ଟ୍ରାକ୍‌ । ୨୦୧୪ରେ ୪ କିମି ପ୍ରତିଦିନ ଟ୍ରାକ୍‌ ଯୋଡିବା ଠାରୁ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ପ୍ରାୟ ୧୫ କିମି ପ୍ରତିଦିନ ନୂଆ ଟ୍ରାକ୍‌ ଯୋଡାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.