ଆଜିଠୁ ବିଏମ୍ସିର କେବଳ ଅନ୍ଲାଇନରେ ହୋଲ୍ଡିଂ ଟିକସ, ଅଫଲାଇନ ଟିକସ ପୈଠ ବନ୍ଦ

ଭୁବନେଶ୍ବର (କେନ୍ୟୁଜ୍): ଆଜିଠୁ କେବଳ ଅନ୍ଲାଇନରେ ହୋଲ୍ଡିଂ ଟିକସ। ଅଫଲାଇନ ଟିକସ ପୈଠ ବନ୍ଦ କଲା ବିଏମ୍ସି। ଅନ୍ଲାଇନ ଓ ଏନ୍ଇଏଫ୍ଟିରେ ନିଆଯିବ ଅର୍ଥ। ଟ୍ରେଡ ଲାଇସେନ୍ସ ପାଇଁ ମଧ୍ୟ ସମାନ ନିୟମ। ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଗତ ଆର୍ଥିକ ବର୍ଷରେ ଅଫ୍ଲାଇନ ତୁଳନାରେ ଅନଲାଇନ ମାଧ୍ୟମରେ ଅଧିକ ପରିମାଣରେ ଟିକସ ସଂଗ୍ରହ ହୋଇଥିବାବେଳେ ଅନଲାଇନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଏଥିପାଇଁ ବିଏମସି ପକ୍ଷରୁ ୩ଟି ଜୋନ୍ର ଓ୍ଵାର୍ଡ ଅଫିସରଙ୍କୁ କେବଳ ଅନଲାଇନ ମାଧ୍ୟମରେ ଟିକସ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମାନ ଭାବେ ଟ୍ରେଡ ଲାଇସେନ୍ସ ଫି ମଧ୍ୟ ଆଉ ଅଫଲାଇନ୍ରେ ଆଦାୟ ନକରି ଅନଲାଇନ କାରବାର କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନଲାଇନ୍ ବ୍ୟବସ୍ଥାକୁ ସରଲୀକରଣ କରିବା ପାଇଁ ଗତ କିଛିଦିନ ତଳେ ବିଏମସିର ସବୁ ଟିକସ କଲେକ୍ଟରଙ୍କୁ ସ୍ମାର୍ଟସିଟି ପକ୍ଷରୁ ତାଲିମ ଦିଆଯାଇଥିଲା।