Below header

ଖଣ୍ଡଗିରି ଯାତ୍ରା ପାଇଁ ନୂଆ ଜାଗା ଖୋଜୁଛି ବିଏମସି

ଭୁବନେଶ୍ବର (କେନ୍ୟୁଜ୍‌) : ଯାତ୍ରା ପାଇଁ ଜାଗା ଖୋଜୁଛି ବିଏମ୍ସି । ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରା ପରିବେଷଣ ପାଇଁ ବିକଳ୍ପ ସ୍ଥାନ ଖୋଜୁଛି ବିଏମ୍ସି । କାରଣ ପୂର୍ବସ୍ଥାନରେ ଚାଲିଛି ଜାତୀୟ ରାଜପଥରେ ଫ୍ଲାଏ ଓଭର ନିର୍ମାଣ କାମ । ମେଳାରେ ଦୈନିକ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି । ତେଣୁ ସେହି ସ୍ଥାନରେ କୋଭିଡ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ। ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ ପୃଥକ ଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି । ଏ ବାବଦରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପରାମର୍ଶ ନିଆଯାଇଥିବା କହିଛନ୍ତି ବିଏମ୍ସି କମିଶନର । ପୁଣି ଆୟୋଜକଙ୍କ ସହ ଆଲୋଚନା କରି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.