Below header

୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ପରୀକ୍ଷା, ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ

୨୦୨୩ରେ ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୨୦ ଯାଏଁ ହୋଇଥିଲା ମାଟ୍ରିକ ପରୀକ୍ଷା। ଆଉ ଦୁଇଟି ସମେଟିଭ ନୁହେଁ ଗୋଟିଏ ବୋର୍ଡ଼ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ପ୍ରତି ବିଷୟରେ ୧୦୦ ମାର୍କର ପରୀକ୍ଷା ହେବ।

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ବର୍ଷ ଆଗୁଆ ହେବ ମାଟ୍ରିକ ପରୀକ୍ଷା । ୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ଏକ୍‌ଜାମ । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏକାଠି ହେବ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ।

୨୦୨୩ରେ ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୨୦ ଯାଏଁ ହୋଇଥିଲା ମାଟ୍ରିକ ପରୀକ୍ଷା। ଆଉ ଦୁଇଟି ସମେଟିଭ ନୁହେଁ ଗୋଟିଏ ବୋର୍ଡ଼ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ପ୍ରତି ବିଷୟରେ ୧୦୦ ମାର୍କର ପରୀକ୍ଷା ହେବ। ପରୀକ୍ଷାର ୮୦ ପ୍ରତିଶତ ଓ ସ୍କୁଲରେ ହୋଇଥିବା ଇଣ୍ଟରନାଲ ପରୀକ୍ଷାର ୨୦ ପ୍ରତିଶତ ମିଶି ମାର୍କ ସିଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.