Below header

ଭାରତର ଚାଉଳ କଟକଣା, ପାକିସ୍ତାନର ମାଲାମାଲ ଅଫର୍‌ !

ଏହି ମଉକାରୁ ଫାଇଦା ଉଠାଇବା ପାଇଁ ଚାହିଁଛି ପାକିସ୍ତାନ । ପାକିସ୍ତାନ ଷ୍ଟୋରରେ ଏହି ସମୟରେ ବଡ଼ ଅଫର ଦିଆଯାଇଛି । ଗୋଟିଏ ଚାଉଳ ପ୍ୟାକେଟ୍ ସହିତ ଆଉ ଗୋଟିଏ ଫ୍ରି !

ନୂଆଦିଲ୍ଲୀ : ଭାରତ ଯାହା ଉପରେ କଟକଣା ଲଗାଇଲା ପାକିସ୍ତାନ ତାକୁ ହୃଦୟର ସହ ଖୋଲିଦେଲା । ଘଟଣାଟି ଟିକେ ବୁଝାଇ କହୁଛୁ । ଭାରତରେ ଅଚାନକ ଚାଉଳ ଦର ବଢ଼ିଯିବା ଫଳରେ କେନ୍ଦ୍ର ସରକାର ଅଣବାସମତୀ ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛନ୍ତି । ଯାହାଫଳରେ ଆମେରିକାରେ ହଇଚଇ ସୃଷ୍ଟି ହୋଇଛି । ବିଭିନ୍ନ ଭାରତୀୟ ଷ୍ଟୋରରେ ବିଶେଷ କରି ପ୍ରବାସୀ ଭାରତୀୟଙ୍କ ଭିଡ଼ ଦେଖିବାକୁ ମିଳୁଛି । ସେମାନେ ତୁରନ୍ତ କିଛି ଚାଉଳ ଷ୍ଟକ୍‌ ରଖିଦେବା ପାଇଁ ଷ୍ଟୋରକୁ ଦୌଡ଼ିଲେ । କାରଣ ଭୟ ପଶି ଯାଇଥିଲା ଯେ ଭାରତରୁ ଆଉ ଆମେରିକାକୁ ଚାଉଳ ଆସିବନି । ଯଦି ଆସିବ ଖୁବ୍‌ କମ୍‌ ପରିମାଣରେ ।

RICE-3

ଅନ୍ୟପକ୍ଷରେ ଚାଉଳର ଡିମାଣ୍ଡ ଦେଖି ଷ୍ଟୋରଗୁଡ଼ିକରେ ମଧ୍ୟ କିଛି ନିୟମ ତିଆରି କରାଗଲା । ଲୋକେ ଲମ୍ବା ଧାଡ଼ିରେ ଠିଆ ହେଲେ ଚାଉଳ ପାଇଁ ଏବଂ ଜଣେ ମଣିଷ ପିଛା ଗୋଟିଏ ପ୍ୟାକେଟ୍‌ ଚାଉଳ ଦିଆଗଲା । ଏମିତିକି ଜଣ ପିଛା ଗୋଟିଏ ପ୍ୟାକେଟ୍‌ ଚାଉଳ ବୋଲି ଷ୍ଟୋର ଆଗରେ ବୋର୍ଡ଼ ମରାଗଲା । ଏସବୁ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । କେତେଜଣ ଟ୍ଵଟରରେ ଲେଖିଛନ୍ତି ଯଦି ଆପଣ ଭାତ ଉପରେ ନିର୍ଭର କରୁଛନ୍ତି ତେବେ ତୁରନ୍ତ ନିଜ ପାଖ ଷ୍ଟୋରକୁ ଯାଇ ଚାଉଳ କିଣି ଆଣନ୍ତୁ । ନହେଲେ ପରେ ହଇରାଣ ହେବେ ।

ତେବେ ଏହି ମଉକାରୁ ଫାଇଦା ଉଠାଇବା ପାଇଁ ଚାହିଁଛି ଆମର ପଡ଼ୋଶୀ ଦେଶ ପାକିସ୍ତାନ । ପାକିସ୍ତାନର ଷ୍ଟୋରରେ ଏହି ସମୟରେ ବଡ଼ ଅଫର ଦିଆଯାଇଛି । ତାହା ହେଉଛି, ଗୋଟିଏ ଚାଉଳ ପ୍ୟାକେଟ୍‌ ସହିତ ଆଉ ଗୋଟିଏ ଫ୍ରି । ଏକଥା କୈଳାସ ଦାସ ଶ୍ରେଷ୍ଠା ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ଵିଟରରେ ଲେଖିଛନ୍ତି । ତେବେ ଏହା ସତ କି ମିଛ ଅବା କେବଳ ସେ ଥଟ୍ଟା କରି ଲେଖିଛନ୍ତି ତାହା ଜଣାପଡ଼ି ନାହିଁ । ହେଲେ ଭାରତ ପକ୍ଷରୁ ଚାଉଳ ଉପରେ କଟକଣା ସାରା ବିଶ୍ୱକୁ ଭାରୀ ପଡୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.