କାଲିଠୁ ଚୀନ୍ର ଚେଙ୍ଗୁଡ଼ୁରେ ହେବ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଭାବେ ଯୋଗ ଦେଇଛନ୍ତି ଡ. ଗଗନେନ୍ଦୁ ଦାଶ
ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଅବ୍ୟବହିତ ପୂର୍ବରୁ ସେଠାରେ ପହଁଚିଥିବା ଭାରତୀୟ ଦଳକୁ ଚେଙ୍ଗୁଡ଼ୁ ସହରରେ ଭବ୍. ସ୍ୱାଗତ କରାଯାଇଛି । ସହରର ମେୟର ସେଠାରେ ପହଁଚିଥିବା ଦଳଗୁଡ଼ିକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

କେନ୍ୟୁଜ୍(ବ୍ୟୁରୋ): ଚୀନ୍ର ଚେଙ୍ଗୁଡୁଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଅବ୍ୟବହିତ ପୂର୍ବରୁ ସେଠାରେ ପହଁଚିଥିବା ଭାରତୀୟ ଦଳକୁ ଚେଙ୍ଗୁଡ଼ୁ ସହରରେ ଭବ୍. ସ୍ୱାଗତ କରାଯାଇଛି । ସହରର ମେୟର ସେଠାରେ ପହଁଚିଥିବା ଦଳଗୁଡ଼ିକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଭାବେ କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା । ଉଭୟ ପକ୍ଷରୁ ଉପହାର ପ୍ରତିବଦଳ କରାଯାଇଥିଲା ।
ଆସନ୍ତାକାଲି ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆନୁଷ୍ଠାନିକ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି । ତେବେ ଅରୁଣାଚଳ ପ୍ରଦେଶକୁ ଶେଷ ମୁହୂର୍ତ୍ତରେ ଚୀନ୍ ଷ୍ଟାପଲ୍ ଭିସା ଦେଇଥିବାରୁ ଏହାକୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ମନେ କରି ଭାରତର ଅରୁଣାଚଳ ପ୍ରଦେଶ ପ୍ରତିଯୋଗୀଙ୍କ ଚୀନ ଗସ୍ତକୁ ବାତିଲ କରି ଦେଇଛି । ଚୀନ୍ ଅରୁଣାଚଳ ପ୍ରଦେଶକୁ ନିଜର ଅଂଶ ବିବେଚନା କରି ସେମାନଙ୍କୁ ଭିସା ଦେବାକୁ ମନା କରି ଦେଇଥିଲା । ତେବେ ଶେଷ ମୁହୂର୍ତ୍ତରେ ଷ୍ଟାପଲ୍ ଭିସା ଦେଇଥିଲା । ଏହାକୁ ଭାରତ ନାପସନ୍ଦ କରିଛି । ଫଳରେ ଅରୁଣାଚଳ ପ୍ରଦେଶର ଉସୁ ଦଳ ଚୀନ୍ ଗସ୍ତରୁ ଓହରିବାକୁ ବାଧ୍ୟ ହୋଇଛି ।