ପାରାଦୀପ ବନ୍ଦରରୁ ବୋଟ୍‌ ଜବତ, ନିଷିଦ୍ଧାଞ୍ଚଳକୁ ଭୁଲରେ ପ୍ରବେଶ କରିଥିଲା ବୋଟ୍‌

ପାରାଦୀପ(କେନ୍ଯୁଜ୍) : ପାରାଦୀପ ବନ୍ଦରର ଏସ୍‌.ପି.ଏସ୍‌ ଅଞ୍ଚଳରୁ ଏକ ବୋଟ୍‌କୁ ଜବତ କରିଛି ସିଆଇଏସ୍‌ଏଫର ପାଟ୍ରୋଲିଂ ବୋଟ୍‌ । ବୋଟ୍‌ରେ ୧୩ ଜଣ ଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବୋଟ୍‌ଟି ମାଛଧରା ବୋଟ୍‌ । ଭୁଲରେ ନିଷିଦ୍ଧାଞ୍ଚଳକୁ ପ୍ରବେଶ କରିଥିଲା । ଏସ୍‌ପିଏସ୍‌ ଅଞ୍ଚଳରେ ତେଲ ବୋଝେଇ ଜାହାଜ ଲାଗେ । ଏଠାରୁ ହିଁ ଆଇଓସିଏଲ୍‌କୁ ତେଲ ଯାଇଥାଏ ।