ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଚିନ୍ତା ବଢାଉଛି ଚକଡା ପୋକ, କୀଟନାଶକ ପ୍ରୟୋଗ କଲେ ମଧ୍ଯ ମିଳୁନି ସୁଫଳ

ସୁବର୍ଣ୍ଣପୁର(କେନ୍ଯୁଜ୍) : ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଚିନ୍ତା ବଢାଉଛି ଚକଡା ପୋକ । ଗୋଟିଏ ପରେ ଗୋଟିଏ ଅଞ୍ଚଳ ଚକାଡ଼ ପୋକ ଉପଦ୍ରବର ଶିକାର ହେଉଛି । କୀଟନାଶକ ପ୍ରୟୋଗ କଲେ ବି କିଛି ସୁଫଳ ମିଳୁନି । ଅମରପାଲି ସହ ଗୌଡଗାଡ, ବହଲପଦର, କୁଶାଦାଦର ଗାଁରେ ମଧ୍ୟ ଚକଡା ଯୋଗୁଁ ଶତାଧିକ ଏକର ଚାଷ ଜମି ଉଜୁଡି ଗଲାଣି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ଗାଁରେ ବ୍ୟାପକ ଚାଷ ଜମି ଚକଡା ପୋକ ଦ୍ୱାରା ଆକ୍ରାନ୍ତ ହୋଇଛି ।

chakadaଚଳିତ ବର୍ଷ ବର୍ଷାକୁ ଦେଖି ଭଲ ଅମଳର ଆଶା ରଖିଥିଲେ ଚାଷୀ । ହେଲେ ଏବେ ଚାଷୀଙ୍କ ସବୁ ଆଶା ପାଣି ଫାଟି ଯାଇଛି । ତେବେ ଏନେଇ କୃଷି ବିଭାଗ ପକ୍ଷରୁ କୌଣସି ସହଯୋଗ କରାଯାଉନଥିବା ଅଭିଯୋଗ ହୋଇଛି । ସେପଟେ ଚକଡା ଦାଉରୁ ଫସଲର ସୁରକ୍ଷା ସହ ଅଧା ଦାମରେ କୀଟନାଶକ ଯୋଗାଇ ଦିଆଯାଉଥିବା ସହକାରୀ କୃଷି ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.