Below header

ଗୁଜବରେ ଭାସିଲା ସାରା ଓଡ଼ିଶା, ମା’ ତାରିଣୀଙ୍କ ମନ୍ଦିରରେ ଅଖଣ୍ଡ ଦୀପ ଲିଭିବା ମିଥ୍ୟା ଖବର ଭାଇରାଲ

କେନ୍ଦୁଝର(କେନ୍ଯୁଜ୍) : ଗୁଜବରେ ଭାସିଲା ସାରା ଓଡ଼ିଶା । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିରରେ ଅଖଣ୍ଡ ଦୀପ ଲିଭିବା ଓ ସିନ୍ଦୂର ପୋଛି ହୋଇଯିବା ଭଳି ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେଲା । ଫଳରେ ପରିବାର ପ୍ରତି ବିପଦ ରହିଥିବା ନେଇ ସଧବା ମହିଳାମାନେ ନୂଆ ଶାଢୀ, ଶଙ୍ଖା, ଅଳତା, ସିନ୍ଦୁର ପିନ୍ଧି ପୂଜାର୍ଚ୍ଚନା ଆରମ୍ଭ କରିଦେଲେ । କିଛି ସ୍ଥାନରେ ଲୋକେ ରାତି ସାରା ଦୀପ ଜାଳି ବସିଲେ । ହେଲେ ଏପରି ଘଟଣା ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ମା’ ତାରିଣୀ ମନ୍ଦିର ଟ୍ରଷ୍ଟ । ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ ଏଭଳି ଗୁଜବକୁ ଦୃଢ଼ ନିନ୍ଦା କରିବା ସହ ମିଥ୍ୟା ପ୍ରଚାର ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.