ଭାଙ୍ଗିଲା ଶ୍ରୀଲଙ୍କା ପାର୍ଲାମେଣ୍ଟ, ଦେଶରେ ଆଗୁଆ ନିର୍ବାଚନ ନେଇ ଖୋଲିଗଲା ବାଟ

ଶ୍ରୀଲଙ୍କା(କେନ୍ଯୁଜ୍) : ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ । ଭାଙ୍ଗିଲା ଶ୍ରୀଲଙ୍କା ପାର୍ଲାମେଣ୍ଟ । ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ଶିରୀସେନା ପାର୍ଲାମେଣ୍ଟକୁ ଭାଙ୍ଗିଦେଇଛନ୍ତି । ଫଳରେ ଦେଶରେ ଆଗୁଆ ନିର୍ବାଚନ ନେଇ ବାଟ ଖୋଲିଛି । ପୂର୍ବରୁ ରାଷ୍ଟ୍ରପତି ଶୀରିସେନା ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଂକୁ ବରଖାସ୍ତ କରି ମହିନ୍ଦା ରାଜପକ୍ଷେଙ୍କୁ ଅବସ୍ଥାପିତ କରିଥିଲେ । ସେତେବେଳେ ରାଷ୍ଟ୍ରପତି ପାର୍ଲାମେଣ୍ଟକୁ ନିଲମ୍ବନ କରିଥିବାବେଳେ ଏବେ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛନ୍ତି । ୨୨୫ ଆସନର ପାର୍ଲାମେଣ୍ଟର ଅବଧି ୨୦୨୦ ଅଗଷ୍ଟରେ ଶେଷ ହେବାର ଥିଲା। ରାଜପକ୍ଷେଙ୍କୁ ଅବସ୍ଥାପିତ କରିବା ପରେ ତାଙ୍କ ଦଳ ପାର୍ଲାମେଣ୍ଟରେ ଆସ୍ଥା ଭୋଟର ବିଜୟୀ ହେବା ଅସମ୍ଭବ ମନେ କରି ପାର୍ଲାମେଣ୍ଟକୁ ଭାଙ୍ଗିଦେଇଥିବା ଜଣାପହିଛି। ପାର୍ଲାମେଣ୍ଟର ଆସ୍ଥା ଭୋଟରେ ବିଜୟୀ ନହେଲେ ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ହକଦାର ହୋଇପାରିବେ ନାହିଁ।