କାଳୀପୂଜା ପାଇଁ ଉତ୍ସବମୁଖର ଜଗତସିଂହପୁର ଜିଲ୍ଲାର ଆଦର୍ଶ ଗାଁ କଲରାବାଙ୍କ

ଜଗତସିଂହପୁର(କେନ୍ଯୁଜ୍) : କାଳୀପୂଜା ପାଇଁ ଉତ୍ସବମୁଖର ଜଗତସିଂହପୁର ଜିଲ୍ଲାର ଆଦର୍ଶ ଗାଁ କଲରାବାଙ୍କ । ଧୂମଧାମରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ସନ୍ଧ୍ୟାରେ ଅନୁଷ୍ଠିତ ହେଉଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ । ଏଥିସହ ମୀନାବଜାର, ଦୋଳି ଖେଳ ସାଙ୍ଗକୁ ଚଟପଟା ଖାଦ୍ୟର ମଜା ଉଠାଉଛନ୍ତି ସମସ୍ତେ । ଏହି ଅବସରରେ କଲାରାବାଙ୍କ ଇଙ୍ଗଲିସ୍ ମିଡିୟମ ସ୍କୁଲ ଓ କଲରାବାଙ୍କ ହାଇସ୍କୁଲର ପିଲାମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ଗଣକବି ବୈଷ୍ଣବ ପାଣିଙ୍କ ରଚିତ ଗୀତିନାଟ୍ୟ ଦାନବୀର ହରିଶ୍ଚନ୍ଦ୍ର ।
ଉତ୍ସବରେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ, ନୀଳିମାରାଣୀ ଚାରିଟେବୁଲ ଟ୍ରଷ୍ଟର ସଭାପତି ଅନ୍ତର୍ଯ୍ଯାମୀ ସାମନ୍ତ, କଲରାବାଙ୍କ ଗ୍ରାମସଭାପତି ଅଞ୍ଜନ କୁମାର ସାମନ୍ତ, ବରିଷ୍ଠ ସାମ୍ବାଦିକ ବିଜୟ ସ୍ୱାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦ୍ଘାଟନ କରିଥିଲେ। ଗୀତିନାଟ୍ୟ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା ।