Below header

ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । ମୃତକ ହେଲେ କାମାକ୍ଷାନଗର ଥାନା ଲୋକନାଥପୁର ଗ୍ରାମର ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ। ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସିଡି ଘରର କବାଟ ଖୋଲା ଥିବା ବେଳେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି ।

କାମାକ୍ଷାନଗର (କେନ୍ୟୁଜ): ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । ମୃତକ ହେଲେ କାମାକ୍ଷାନଗର ଥାନା ଲୋକନାଥପୁର ଗ୍ରାମର ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ। ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସିଡି ଘରର କବାଟ ଖୋଲା ଥିବା ବେଳେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଲକ୍ଷ୍ମୀପ୍ରିୟାଙ୍କ ମାଆ ଗତକାଲି ଠାରୁ ତାଙ୍କର ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଲକ୍ଷ୍ମିପ୍ରିୟା ଓ ତାଙ୍କ ବଡ ଭଉଣୀ ଘରେ ଥିଲେ। ତେବେ ଆଜି ସକାଳୁ ବଡ ଭଉଣି ଲକ୍ଷ୍ମୀପ୍ରିୟାଙ୍କୁ ଉଠାଇବାକୁ ଯିବା ବେଳେ ସେ ଆଉ ଉଠି ନଥିଲେ। ପରେ ପଡ଼ୋଶୀ ଘରର ଲୋକ ଆସି ଦେଖିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ଲକ୍ଷ୍ମୀପ୍ରିୟାଙ୍କ ଆଖି,ନାକ ଓ କାନରୁ ରକ୍ତ ବାହାରିଛି। ସେପଟେ ଲକ୍ଷ୍ମୀପ୍ରିୟାଙ୍କ ମାଆ ଘରେ ପହଞ୍ଚିବା ପରେ ଝିଅକୁ ହତ୍ୟା କରାଯାଇଥିବା କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.