ପୂରଣ ହେଲା ଦୀର୍ଘ ତିରିଶ ବର୍ଷର ସ୍ୱପ୍ନ, ବିଜୁ ସେତୁ ଯୋଜନାରେ ନିର୍ମାଣ ହେବ ଏକ ସ୍ଥାୟୀ ରାସ୍ତା ଓ କଂକ୍ରିଟ ପୋଲ

ପୂରଣ ହେଲା ଦୀର୍ଘ ଦିନର ସ୍ୱପ୍ନ ଆଜକୁ ତିରିଶ ବର୍ଷରୁ ଅଧିକ ଧରି ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଆଦିବାସି ସଂପ୍ରଦାୟର ଲୋକଙ୍କ ସମସ୍ୟାର ସମାଧାନ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏକ ସ୍ଥାୟୀ ରାସ୍ତା ଓ କଂକ୍ରିଟ ପୋଲ ନିର୍ମାଣ ହେବ ।

ପୂରଣ ହେଲା ଦୀର୍ଘ ଦିନର ସ୍ୱପ୍ନ ଆଜକୁ ତିରିଶ ବର୍ଷରୁ ଅଧିକ ଧରି ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଆଦିବାସି ସଂପ୍ରଦାୟର ଲୋକଙ୍କ ସମସ୍ୟାର ସମାଧାନ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏକ ସ୍ଥାୟୀ ରାସ୍ତା ଓ କଂକ୍ରିଟ ପୋଲ ନିର୍ମାଣ ହେବ । ଆଠଗଡ଼ ବ୍ଲକ୍ ରାଧାକୃଷ୍ଣପୁର ପଂଚାୟତ ଅଧୀନ ରାଧିକା ବାଟିକା ଆଦିବାସି ସାହି, ଏହି ସାହିରେ ପନ୍ଦରରୁ ଅଧିକ ଆଦିବାସି ସଂପ୍ରଦାୟର ପରିବାର ବସବାସ କରନ୍ତି ।

ଏହି ସାହିକୁ ଯିବାକୁ ହେଲେ ଏକ ଭଙ୍ଗା ଦଦରା କାଠ ପୋଲ ହିଁ ଏକମାତ୍ର ସାହାରା, ଗ୍ରାମକୁ ରାସ୍ତା ଖଣ୍ଡିଏ ବି ନାହିଁ । ଗହୀର ବିଲର ହିଡ ଏକ ମାତ୍ର ଯାତାୟାତର ସୁବିଧା, ଦୀର୍ଘ ବର୍ଷ ଧରି ଏକ ସ୍ଥାୟୀ ରାସ୍ତା ଓ ଏକ କଂକ୍ରିଟ ପୋଲ ନିର୍ମାଣ ନିମନ୍ତେ ଦାବୀ ହୋଇ ଆସୁଥିଲେ ମଧ୍ୟ କେହି ଏଥି ପ୍ରତି ଧ୍ୟାନ ଦେଉ ନଥିଲେ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଏହି ସାହିର ବାସିନ୍ଦା । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହିବି ଶୁଣୁ ନଥିଲେ ଏହି ଆଦିବାସୀ ମାନଙ୍କ ଦୁଃଖ ।

ଖରା ବର୍ଷାରେ ଯୁଜି ହେଉଥିଲେ ଏହି ଆଦିବାସୀ ମାନେ । ବର୍ଷା ଦିନ ଆସିଗଲେ ସତେ ଯେମିତି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରୁହନ୍ତି ଏମାନେ । ପାଣି କାଦୁଅରେ ଗହୀର ହିଡରେ ଯିବା ଯେମିତି ଏମାନଙ୍କ ପାଇଁ ଅଭିଶପ୍ତ ପାଲଟି ଯାଇଥିଲା । ଯଦି କାହାର ଦେହ ଅସୁସ୍ଥ ହେଲା ତେବେ କଥା ସରିଲା । ଖଟରେ ଡୋଳା କରି ବୁହାଇ ନେବାକୁ ହୁଏ ଏକ କିଲୋମିଟର ପର୍ଯ୍ୟନ୍ତ କିନ୍ତୁ ସ୍ଥାୟୀ ରାସ୍ତା ଓ କଂକ୍ରିଟ ପୋଲ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇବା ପରେ ସ୍ଥାନୀୟ ସାହିର ଲୋକମାନେ ଖୁସିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

ଏହି ଆଦିବାସୀ ଅଧ୍ୟୁଷିତ ପଲ୍ଲୀରେ ରହୁଥିବା ଆଦିବାସି ସଂପ୍ରଦାୟର ଲୋକଙ୍କ ଦୀର୍ଘ ଦିନର ସ୍ବପ୍ନକୁ ପୂରଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ବିଜୁସେତୁ ଯୋଜନାରେ ଏହି ଗାଁକୁ କାର୍ଯ୍ୟାଦେଶ ମିଳିଛି, ଯାହାର ଶୁଭ ଶିଳାନ୍ୟାସ କରିଛନ୍ତି ଆଠଗଡ଼ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ୩କୋଟି ୨୮ ଲକ୍ଷ ଟଙ୍କାର ଏହି କାର୍ଯ୍ୟାଦେଶକୁ ଏକ ବର୍ଷ ମଧ୍ୟରେ ଏକ ସ୍ଥାୟୀ ରାସ୍ତା ସହିତ ଏକ କଂକ୍ରିଟ ପୋଲ ନିର୍ମାଣ ନିମନ୍ତେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.