ଚୋରି ସନ୍ଦେହରେ ମାଡ଼ : ନାବାଳକଙ୍କୁ ମାରି ଲହୁଲୁହାଣ କଲେ ସ୍ଥାନୀୟ ଯୁବକ

ଅନୁଗୁଳ : ଟଙ୍କା ଚୋରି ସନ୍ଦେହରେ କିଛି ଯୁବକ ନାବାଳକ ଛାତ୍ରଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଘଟଣାଟି  ଅନୁଗୁଳ ଦେଉଳବେଡା ଅଞ୍ଚଳର ଜଣାପଡ଼ିଛି । ଶିକ୍ଷୟିତ୍ରୀଙ୍କ ଘରୁ ଟଙ୍କା ଚୋରି ସନ୍ଦେହରେ ନାବାଳକଙ୍କୁ ଅମାନୁଷିକ ଭାବେ ସ୍ଥାନୀୟ ଲୋକ ମାଡ ମାରିଥିବା ଜଣାପଡ଼ିଛି।

ନାବାଳକ ଜଣଙ୍କ ଯେତେ କାକୁତି ମୀନତି ହେଲେ ମଧ୍ୟ ସେଠାରେ ଉପସ୍ଥିତ ଲୋକଙ୍କ ମନ ତରଳି ନଥିଲା ଏବଂ ସେମାନେ ତାଙ୍କୁ ପଶୁଙ୍କ ପରି ମାଡ଼ ମାରି ଚାଲିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରି ଘଟଣାଟିର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.