Below header

ଅଜଣା ପିକ ଅପ୍ ଗାଡ଼ି ଧକ୍କାରେ ବାଳକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅଜଣା ପିକ ଅପ୍ ଗାଡ଼ି ଧକ୍କାରେ ଚାଲିଗଲା ବାଳକର ଜୀବନ । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ । ଏପରି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବାଘୁଆପାଳ ନିକଟରେ ।

ଅନୁଗୁଳ (କେନ୍ୟୁଜ): ଅଜଣା ପିକ ଅପ୍ ଗାଡ଼ି ଧକ୍କାରେ ଚାଲିଗଲା ବାଳକର ଜୀବନ । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ। ଏପରି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବାଘୁଆପାଳ ନିକଟରେ । ମୃତ ବାଳକ ଜଣକ ହେଲେ ସମୀର ଦେହୁରୀ ।

ସୂଚନା ଅନୁସାରେ ସମୀର ପୋଖରୀକୁ ଗାଧୋଇ ଯାଇ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ପିକ୍ ଅପ୍ ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କ୍ଷତି ପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ମୃତଦେହ ରଖି ଅନୁଗୁଳ-ନରସିଂହପୁର ମୁଖ୍ୟ ରାସ୍ତା ବାଘୁଆପାଳଠାରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.